୯ ଖଣ୍ଡ ଗ୍ରାମବାସୀଙ୍କୁ ଏକତ୍ର କଲା ପୋଲିସର ଜନସମ୍ପର୍କ ଶିବିର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ବୁରୋମାଲ ଗ୍ରାମରେ ୯ ଖଣ୍ଡ ଗ୍ରାମବାସୀଙ୍କୁ ଏକତ୍ର କରି ଜିଲ୍ଲା ପୋଲିସ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏକଦା ମାଓଗଡ ଭାବେ ପରିଚିତ ଥିବା ଏହି ଅଞ୍ଚଳରେ ଲୋକଙ୍କ ସହ ସମ୍ପର୍କ କେମିତି ସୁଦୃଢ ହେବ ଓ ଲୋକଙ୍କ ବିଶ୍ୱାସ ଭାଜନ ହେବା ଏହି ଶିବିରର ମୂଳ ଉଦ୍ଦେଶ୍ୟ ଏବଂ ଲକ୍ଷ । ତେବେ ଏହି ପରିପ୍ରେକ୍ଷୀରେ ଜିଲ୍ଲା ପୋଲିସ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା । ଏହି ଅବସରରେ ପାଟଣାଗଡ଼ ଏସ୍‌ଡିପିଓ ସଦାନନ୍ଦ ପୁଝାରୀ, ଖପ୍ରାଖୋଲ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଅତିରିକ୍ତ ତହସିଲଦାର ସତ୍ୟ ପ୍ରକାଶ ରାଉତରାୟ ଉପସ୍ଥିତ ଥିବା ବେଳେ ଜିଲ୍ଲା ପୋଲିସର ବହୁ ଅଧିକାରୀ, ସ୍ଥାନୀୟ ଥାନା ଅଧିକାରୀ ନରେନ୍ଦ୍ର ଛତ୍ର, ଖପ୍ରାଖୋଲ ଡିଭିଏଫ୍‌ ଦଳ ଇନ୍ସପେକ୍ଟର ଜୟନ୍ତ ମହାପାତ୍ର, ଖପ୍ରାଖୋଲ ଏସ୍‌ଓଜି ଟିମ ଇନଚାର୍ଜ ରମାକାନ୍ତ ଭୋଇ, ହରିଶଙ୍କର ଫାଣ୍ଡି ଇନଚାର୍ଜ ସେୱାନ କେରକେଟା, ଏଏସ୍‌ଆଇ ନବୀନ ଭୋଇଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ପୋଲିସ ଲୋକଙ୍କ ପାଇଁ ରହିଛି ଏବଂ ଲୋକେ ପୋଲିସକୁ ସହଯୋଗ କରିବା ସହ ନିଜର ସମସ୍ୟା ଜଣାଇଲେ ତାହର ସମାଧାନ ପୋଲିସ କରିବ ବୋଲି ଏସ୍‌ଡିପିଓ ଶ୍ରୀ ପୁଝାରୀ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିବା ବେଳେ ଲୋକଙ୍କ ପାଇଁ ୟୁଥ ବ୍ଲଡ଼ ଡୋନର ଗ୍ରୁପ ଏବଂ ମହାନଦୀ ନେତ୍ର ଚିକିତ୍ସାଳୟ ତରଫରୁ ମାଗଣା ଚକ୍ଷୁ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରି ସ୍ୱାସ୍ଥ୍ୟ ପରୀକ୍ଷା ସହ ଲୋକଙ୍କୁ, ଯୁବକ ଯୁବତୀ ଓ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ସାମଗ୍ରୀ ପ୍ରଦାନ କରଯାଇଥିଲା । ଏହା ସହ ସ୍ଥାନୀୟ ଯୁବପିଢିଙ୍କୁ ନେଇ ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଲୋକେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ନେଇ ବିଶେଷ ଖୁସି ପ୍ରକାଶ କରିବା ସହ ପୋଲିସ ପ୍ରଶାସନର ନିକଟତର ହୋଇଥିବା ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.