କୋରାପୁଟ, (ସୁନାମ ହନ୍ତାଳ) : ଜିଲ୍ଲାର ସେମିଳିଗୁଡା ବ୍ଳକ ଅନ୍ତର୍ଗତ ଦୁଧାରୀ ଡଙ୍ଗାମୁଣ୍ଡି ଏବଂ କାଳିଆଘାଟ ଠାରେ କେନାଲ ନିର୍ମାଣରେ ନିମ୍ନମାନ କାର୍ଯ୍ୟ ଚାଲିଛି ଭଳି ସାଙ୍ଘାତିକ ଅଭିଯୋଗ ନେଇ ଜିଲ୍ଲା ପ୍ରଶାସନକୁ ତଦନ୍ତ କରିବା ପାଇଁ ଦୁଧାରୀ ସମିତି ସଭ୍ୟା ସୁଷମା ପାଙ୍ଗି ଅଭିଯୋଗ ଆଣିଛନ୍ତି । ଘଟଣା ସ୍ଥଳରେ ପହଞ୍ଚି ଦେଖିବା ସମୟରେ ସାଇନ ବୋର୍ଡ ନଥିବା, ବାଲି ଏବଂ ସିମେଣ୍ଟର ଭାଗ ମାପ ଠିକ ନଥିବା, ପାଣି ଉପରେ କଂକ୍ରିଟ ଢ଼ଳାଇ ଓ ନିମ୍ନମାନର କାମ ଯୋଗୁଁ କେନାଲର ପାଣି ଲିକ୍ ହେଉଥିବା ପରି ନିମ୍ନମାନ କାର୍ଯ୍ୟକୁ ସାମନାକୁ ଆଣିଛନ୍ତି ସମିତି ସଭ୍ୟା ସୁଷମା ପାଙ୍ଗି । ସେ କହିଛନ୍ତି, ଚାଷୀମାନଙ୍କ ପାଇଁ କ୍ଷୁଦ୍ର ଜଳସେଚନ ବ୍ୟବସ୍ଥାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ଚାଷୀ ଏହି ଯୋଜନାର ସଫଳତା ପାଇପାରୁ ନାହାନ୍ତି । ଯନ୍ତ୍ରୀ ପ୍ରୀତିଶ ରଞ୍ଜନ ସେଠୀଙ୍କୁ ଏହି ବିଷୟରେ ପଚାରିବାରୁ ସିମେଣ୍ଟ, ବାଲି ଭାଗମାପ କଥା କହି କଥାରୁ ଏଡାଇ ଯାଇଥିଲେ । ଏଥି ପ୍ରତି ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେବା ପାଇଁ ସମିତି ସଭ୍ୟାଙ୍କ ସହ ସାଧାରଣରେ ଦାବି ହୋଇଛି ।