oom

ଟିଟିଲାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଭାବେ ଯୋଗଦେଲେ ଯଶୋବନ୍ତ ନାରାୟଣ ପ୍ରଧାନୀ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରି ଭାବେ ଯୋଗଦେଲେ ଯଶୋବନ୍ତ ନାରାୟଣ ପ୍ରଧାନୀ । କାର୍ଯ୍ୟାଳୟରେ ପୂଜାର୍ଚ୍ଚନା କରିବା ପରେ ଦାୟିତ୍ଵ ଗ୍ରହଣ କରିଛନ୍ତି ଶ୍ରୀ ପ୍ରଧାନୀ । ଏହା ପୂର୍ବରୁ ସେ ରାଉରକେଲା ଜିଆରପି ଡିଏସପି ତଥା ତୁଷୁରା ଓ ପୁଇନ୍ତଲା ଥାନାଧିକାରୀ ଭାବେ ଦାୟିତ୍ଵ ନିର୍ବାହ କରିଛନ୍ତି । ସୂଚନା ଗତ ଯେ, ଶ୍ରୀମତି ଅଙ୍କିତା କୁମ୍ଭାରଙ୍କ ବଦଳି ହେବା ପରେ କିଛି ମାସ ପାଇଁ ଟିଟିଲାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ଦାୟିତ୍ଵ କଣ୍ଟାବାଞ୍ଜି ଏସଡିପିଓ ତୁଲାଉଥିଲେ । ତେବେ ଆଜି ଶ୍ରୀ ପ୍ରଧାନୀ ଦାୟିତ୍ଵ ଗ୍ରହଣ କରିବା ପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଜନସାଧାରଣଙ୍କ ସହ ସୁସମ୍ପର୍କ ସ୍ଥାପନ, ଆଗକୁ ଆସୁଥିବା ମହାଶିବରାତ୍ରି ମେଳା କିପରି ସୁରୁଖୁରୁରେ ପରିଚାଳନା କରାଯିବ ତଥା ସହରର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଆଇନ ଅମାନ୍ୟ କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

jittmm
Leave A Reply

Your email address will not be published.