ପିଡ଼ିସି ନୃତ୍ୟ ଏକାଡେମୀର ୧୨ତମ ବାର୍ଷିକ ଉତ୍ସବ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା ତଥା ପଡୋଶୀ ଜିଲ୍ଳା ଓ ବିଭିନ୍ନ ରାଜ୍ୟରେ ଆଦିବାସୀ କଳା ସଂସ୍କୃତି ସଙ୍ଗୀତ ନୃତ୍ୟ ଓ ଗୀତ ପରିବେଷଣ କରି ଲୋକଙ୍କ ମନମୁଗ୍ଧ କରି ଏକ ନୂତନ ପରିଚୟ ଗଠନ କରିବାୋ ଲାଗିଛନ୍ତି ପିଡ଼ିସି ଗୃପ । ସେମାନେ କୁନି କୁନି ପିଲାମାନଙ୍କ ପାଇଁ ଏକ ପ୍ରେରଣା ପାଲଟିଛନ୍ତି । ଦୀର୍ଘ ୧୨ବର୍ଷ ହେଲା ସେମାନେ ରାୟଗଡା କୋରାପୁଟ ପୁରୀ ଛତିଶଗଡ଼ ଆନ୍ଧ୍ରା ରାଜ୍ୟରେ ରାୟଗଡା ଜିଲ୍ଲାର ଆଦିବାସୀ କଳା ସଂସ୍କୃତି ସଙ୍ଗୀତ ନୃତ୍ୟ ପରିବେଷଣ କରି ନୂତନ ପରିଚୟ ଗଠନ କରିବା ପାଇଁ ସୁନାମ ଅର୍ଜନ କରିଛନ୍ତି । ଆଦିବାସୀ କଳା ସଂସ୍କୃତି ଓ ପରମ୍ପରା ନୃତ୍ୟ ନିଃଶୁଳକ ଭାବରେ ଛାତ୍ରଛାତ୍ରୀମାନଙ୍କୁ ଶିଖାଉଛନ୍ତି । ତାଙ୍କରି ଏହି ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ସଫଳତା ଆକାଶ ଛୁଇଁବା ଲାଗିଛି । ସେମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଅଂଶଗ୍ରହଣ କରି ଲୋକଙ୍କୁ ତାଙ୍କ ସଙ୍ଗୀତ ନୃତ୍ୟ ପରିବେଷଣରେ ମନମୁଗ୍ଧ କରି ଲୋକଙ୍କ ପ୍ରିୟ ଭାଜନ ହୋଇଥିବା ଗଣ ମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଅନେକ ଗୁଡ଼ିଏ ମଞ୍ଚରେ ଓ ନୃତ୍ୟ ପ୍ରତିଯୋଗିତାରେ ନିଜର ପ୍ରତିଭା ଦେଖାଇ ପୁରସ୍କୃତ ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି । ଏହି ଗ୍ରୁପର ଛାତ୍ରଛାତ୍ରୀମାନେ ଖୁବ୍ ସୁନାମ ଅର୍ଜନ କରି ପୁରସ୍କୃତ ମଧ୍ୟ ହୋଇଛନ୍ତି । ରାୟଗଡା ଜିଲ୍ଲାର ଆଦିବାସୀ ସଂସ୍କୃତି ପ୍ରଚାରକ ରୂପେ ଗୌରବ ଅର୍ଜନ କରି ଆଶୁଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଷ୍ଟେଜ ବ୍ଲାଷ୍ଟର ରୁପେ ପରିଚିତ ପିଡ଼ିସି ନୃତ୍ୟ ଏକାଡେମୀ ।

Leave A Reply

Your email address will not be published.