ବଡ଼ବନ୍ଧ କ୍ଲଷ୍ଟର ସ୍ତରୀୟ ନବମ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ସାଧନ କେନ୍ଦ୍ର ଅନ୍ତର୍ଗତ ବଡବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନବମ କ୍ଲଷ୍ଟର ସ୍ତରୀୟ ବୈଠକ ପ୍ରଧାନ ଶିକ୍ଷକ ଲୋଚନ ଛତ୍ରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମସ୍ତ ପ୍ରଧାନ ଶିକ୍ଷକ ଏବଂ ଏଫ୍‌ଏଲ୍‌ଏନ୍‌ ଶିକ୍ଷକଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ସହକାରୀ ଶିକ୍ଷକ କୈଳାସ ଚନ୍ଦ୍ର ଭୋଇ ପ୍ରଶିକ୍ଷକ ଭାବେ ଯୋଗଦେଇ ଫେବୃଆରି ମାସର ଶୈକ୍ଷିକ କ୍ୟାଲେଣ୍ଡର, ସଂଖ୍ୟାଜ୍ଞାନ ପାଠ ଯୋଜନା, ଭାଷା ଶିକ୍ଷଣର ନମୁନା ପାଠ ଯୋଜନା, ଟ୍ରାକର ଆଦି ବିଷୟ ଉପରେ ଆଲୋଚନା କରିଥିଲେ । ଏହି ବୈଠକରେ ପ୍ରଧାନ ଶିକ୍ଷକ ଦେବାନନ୍ଦ ନିଷାଦ, ରବିଚନ୍ଦ୍ର ବୁଡେକ, ହୋଲିଶ୍ୱର ଧରୁଆ, କ୍ଷମାନିଧି ପଧାନ ପ୍ରମୁଖ ଯୋଗ ଦେଇଥିଲେ । ସହକାରୀ ଶିକ୍ଷକ ସୁସାନ୍ତ ସାହୁ, ଜ୍ୟୋସ୍ନା ଷାଣ୍ଢ, ଜ୍ୟୋତିଲାଲ ସାହୁ, ସସ୍ମିତା ସେଠ, ମଧୁସୂଦନ ଭୋଇ, ସୁଜିତ ମିଶ୍ର, ଆଲୋକିନୀ ପଧାନ, ତୃପ୍ତିମୟୀ ପଧାନ, ବବିତା ମେହେର, ଅମ୍ବିକା କୁମ୍ଭାର, କୁବେର ମଲ୍ଲିକ, ଅଚ୍ୟୁତ ପଧାନ ପ୍ରମୁଖ ଉପସ୍ଥିତ ଥିଲେ । ସହକାରୀ ଶିକ୍ଷକ ବିନାୟକ ଥନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.