oom

ବାରିପଦା ବ୍ଲକ ସ୍ତରୀୟ ‘ନିପୁଣ ଓଡିଶା’ ମେଳା ଅନୁଷ୍ଠିତ

jsmm

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ଏମ କେ ସି ଉଚ୍ଚ ବିଦ୍ୟାଳୟ ପରିସରରେ ବାରିପଦା ବ୍ଲକ ସ୍ତରୀୟ ‘ନିପୁଣ ଓଡିଶା’ ମେଳା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀକାନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା, ସମ୍ମାନିତ ଅତିଥି ଭାବେ ନଗରପାଳ କୃଷ୍ଣଓନନ୍ଦ ମହାନ୍ତି, ବାରିପଦା ବ୍ଲକ ଅଧ୍ୟକ୍ଷ ସୁନ୍ଦର ମୋହନ ସିଂ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରମୋଦ କୁମାର ଡାକୁଆ ଓ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତୀ ଟୁଡୁ ପ୍ରମୁଖ ଯୋଗ ଦେଇ ୧ମ ରୁ ୩ୟ ଶ୍ରେଣୀ ପିଲାଙ୍କ ପାଇଁ ଏହି କାର୍ଯ୍ୟକ୍ରମ ବେଶ ଫଳପ୍ରଦ ହେବ ବୋଲି ଆଶା ପୋଷଣ କରିଥିଲେ । ପ୍ରଥମେ ନିପୁଣ ଓଡିଶା ସଂଗୀତରେ କୁନିକୁନି ବାଳିକା ମାନେ ନୃତ୍ୟ ପରିବେଷଣ କରିଥିଲେ । ପରେ ପରେ ସମସ୍ତ ଅତିଥି, ଉପସ୍ଥିତ ଶତାଧିକ ଅଭିଭାବକ ଅଭିଭାବିକା, ଛାତ୍ରଛାତ୍ରୀ ଶପଥ ପାଠ କରିବା ସହ ଅତିଥି ମାନଙ୍କ ଦ୍ୱାରା ନିପୁଣ ଓଡିଶା ଲୋଗୋ ଉନ୍ମୋଚନ କରାଯାଇଥିଲା । ବି ଆର ସି ସି ତପସ୍ୱିନୀ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମେଳାରେ ସମସ୍ତ ୧୩ ଟି କ୍ଲଷ୍ଟରରୁ ୧୨୦ ଜଣ ଛାତ୍ରଛାତ୍ରୀଙ୍କ ଦ୍ୱାରା ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା । ଜିଲ୍ଲା ସମ୍ବଳ ଶିକ୍ଷକ ଧନପତି ମିଶ୍ର ଓ ଧନଞ୍ଜୟ ସାହୁ ଓ ଜିଲ୍ଲା ସଂଯୋଜକ ଯୋଗେଶ୍ୱର ଘୋଷ ମହାପାତ୍ର ଏହି ମେଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ମୌଳିକ ସାକ୍ଷରତାରେ ତୁଳସୀଚୌରା କଲୋନୀ ସାହି, ପି ସି ପୁର ଉଚ୍ଚ ପ୍ରାଥମିକ ଓ ଏମ କେ ସି ଉଚ୍ଚ ବିଦ୍ୟାଳୟ ଏବଂ ସଂଖ୍ୟା ଜ୍ଞାନରେ ଗୁଞ୍ଜୁସାହି, ରାଜାବସା, ଅରବିନ୍ଦ ଓ ପୁରୁଡ଼ିହି ବିଦ୍ୟାଳୟ ଜିଲ୍ଲା ସ୍ତରରେ ଅଂଶ ଗ୍ରହଣ କରିବାକୁ ମନୋନୀତ ହୋଇଥିଲେ । ଉଦ୍‌ଯାପନୀ ଉତ୍ସବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରଜମୋହନ ମୁର୍ମୁ ଓ ଡଃ ସ୍ନେହଲତା ବେହେରା କୁନିକୁନି ପିଲାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଗୌତମ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ସି ଆର ସି ସି ରାଜକିଶୋର ସେଠି ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.