ତୁଳସୀଚୌରା କଲୋନୀ ସାହି ବିଦ୍ୟାଳୟର ବାର୍ଷିକ ଉତ୍ସବ ‘ସ୍ୱୟଂସିଦ୍ଧା’ ମହାସମାରୋହରେ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୨୭ ନଂ ୱାର୍ଡରେ ସ୍ଥିତ ତୁଳସୀଚୌରା କଲୋନୀସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ‘ ସ୍ୱୟଂସିଦ୍ଧା’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ନଗରପାଳ କୃଷ୍ଣଓନନ୍ଦ ମହାନ୍ତି, । ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି, ବିଶିଷ୍ଟ ଅତିଥି ଭାବେ କବି ବିଷ୍ଣୁ ଶତପଥି, ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀକାନ୍ତ ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ, ଡଃ ସ୍ନେହଲତା ବେହେରା ଓ ବ୍ରଜମୋହନ ମୁର୍ମୁ, ୨୩ ନଂ ୱାର୍ଡ କାଉନସିଲର ଅନନ୍ତ କୁମାର ଦାସ, ୨୭ ନଂ ୱାର୍ଡ କାଉନସିଲର ଶିବ ଶଙ୍କର ପାତ୍ର, ସି ଆର ସି ସି ଭବାନୀ କୁମାର ସିଂହ, ପଞ୍ଚସଖା ଶିକ୍ଷାସେତୁର ଚେୟାରମ୍ୟାନ ଜ୍ୟୋତି ପ୍ରକାଶ ବାରିକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗୀତାଞ୍ଜଳି ଦାସ । ପ୍ରମୁଖ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିବା ସହ ବିଦ୍ୟାଳୟ ପରିବେଶ ଛାତ୍ରଛାତ୍ରୀଙ୍କ ପାଇଁ ବେଶ ଆକର୍ଷଣୀୟ ହୋଇଛି ବୋଲି ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୋମନାଥ ସିଂହ, ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣାନନ୍ଦ ଆଚର୍ଯ୍ୟ , ଜିଲ୍ଲା ସଭାପତି ହରେକୃଷ୍ଣ ବାରିକ, ଜିଲ୍ଲା ସଂଘଠକ ସମ୍ପାଦକ ଗଦାଧର ନାୟକ ଓ ସିଦ୍ଧେଶ୍ୱର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବାବଦରେ ମିଳିଥିବା ୨ ଲକ୍ଷ ୧୦ ହଜାର ଟଙ୍କା ବିନିମୟରେ ନିର୍ମିତ ପେଭର ବ୍ଲକ ରାସ୍ତା, ଅତିରିକ୍ତ ଶ୍ରେଣୀ ଗୃହ ଓ ବହୁବିଧ ମଞ୍ଚ ଅତିଥିମାନଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ଏହି ଅବସରରେ ଶ୍ରେଷ୍ଠ ମାତା ଭାବେ ଅନ୍ନପୂର୍ଣ୍ଣା ପାତ୍ର, ଶ୍ରେଷ୍ଠ ଛାତ୍ରୀ ଭାବେ ଶ୍ରାବଣୀ ଜେନା, ଶ୍ରେଷ୍ଠ ନେତୃତ୍ୱ ନେଇଥିବା ଛାତ୍ର ଚିନ୍ମୟ ଥୟାଲ, ଶ୍ରେଷ୍ଠ ଶୃଙ୍ଖଳିତ ଛାତ୍ରୀ ଭାବେ ଅଙ୍କିତା ନାୟକ ଓ ଶ୍ରେଷ୍ଠ ସ୍ୱେଛାସେବୀ ଭାବେ ଗୀତାଞ୍ଜଳି ବାରିକଙ୍କୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରଧାନ ଶିକ୍ଷକଙ୍କ ରଚିତ ନାଟକ ‘ମୋ ବାପା’ ସମସ୍ତଙ୍କ ମନ ମୋହିଥିଲା । ବିଦ୍ୟାଳୟର ଶିକ୍ଷୟତ୍ରୀ ବବିତା କୁମାରୀ ସାହା, ନିର୍ମଳା ବେହେରା, ଅହଲ୍ୟା ସ୍ୱାଇଁ ଓ ଦୀପ୍ତି ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ।

Leave A Reply

Your email address will not be published.