ମନୁନଗର ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ଭୋଗରାଇ, ( ଶିବନାରାୟଣ ପାତ୍ର ) : ଭୋଗରାଇ ବ୍ଲକ ଅନ୍ତର୍ଗତ ଆରୁହାବୃର୍ତ୍ତି ଗ୍ରାମପଞ୍ଚାୟତ ଅଧିନସ୍ଥ ମନୁନଗର ନୋଡାଲ ଉ:ପ୍ରା ବିଦ୍ୟାଳୟ ପରିସରରେ ଆଜି ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମନୋରଞ୍ଜନ ପରିଡ଼ା ସଭାପତିତ୍ୱ କରିଥିବାବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ କାହ୍ନୁଚରଣ ବେହେରା ସ୍ଵାଗତ ଭାଷଣ ଏବଂ ମଞ୍ଚ ପରିଚାଳନା କରିଥିଲେ । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଗ୍ରାମ ସଭାପତି ରାମଚନ୍ଦ୍ର ଜେନା , ମୁଖ୍ୟବକ୍ତା ଭାବେ ଦହମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ପବନ କୁମାର ବେହେରା, ବିଶିଷ୍ଟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ଗୀତାରାଣୀ ଜେନା, ସମ୍ମାନିତ ଅତିଥିଭାବେ ପ୍ରଧାନଶିକ୍ଷକ ସଞ୍ଜୟ କୁମାର ଗିରି , ଯୁବସଙ୍ଗଠକ ତଥା ସମାଜସେବୀ ବ୍ରଜକିଶୋର ପାଳ , ମନୋଜ କୁମାର ବାରିକ, କାର୍ତ୍ତିକ ବେହେରା , ଶିକ୍ଷକ ସେକ୍ ଅବୁଲ, ଶିକ୍ଷକ ସୁଧାଂଶୁ ଶେଖର ରଣା , ଶିକ୍ଷୟିତ୍ରୀ ସୁଖଦା ପାଣିଗ୍ରାହୀ, ଗୀତାରାଣୀ ଦଣ୍ଡପାଟ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ପ୍ରଦୀପ ଆଚାର୍ଯ୍ୟ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ ସମାଜସେବୀ ଅଜିତ ପାଳ ଅତିଥି ପରିଚୟ ପ୍ରଦାନ ଏବଂ ଶିକ୍ଷୟିତ୍ରୀ ରୁହିଣୀବାଲା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସଭା ଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସା ପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସନ୍ଧ୍ୟାରେ ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ “ସତ କହିବାକୁ କିଆଁ ଡରିବି ” ନାଟକ ପରିବେଷଣ ହୋଇଥିଲା ।

Leave A Reply

Your email address will not be published.