କାର୍ ଧକ୍କାରେ ଚାଲିଗଲା ଶ୍ରମିକଙ୍କ ଜୀବନ

କଳାହାଣ୍ଡି : କଳାହାଣ୍ଡି ଆମପାଣି ଛକ ନିକଟରେ ଦୁର୍ଘଟଣା । ଦାଦନ ଶ୍ରମିକଙ୍କ ଉପରେ ଚଢିଗଲା କାର୍‌ । ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ଏକ ଇନୋଭା କାର୍‌ ଧକ୍କା ଦେବାରୁ ଚାଲିଗଲା ଜଣେ ବ୍ୟକ୍ତିଙ୍କର ଜୀବନ । ମୃତକ ଛତିଶଗଡ଼ ଦେଭୋଗ ଗୋଇରାପଦର ଗାଁର ରମେଶ ବୋଲି ଜଣାପଡିଛି । ରମେଶ ବିଶାଖାପାଟଣା ଦାଦନ ଖଟିବା ପାଇଁ ଯାଇଥିଲେ । ସେଠାରୁ ନିଜ ଘରକୁ ଫେରୁଥିଲେ । କନ୍ଧମାଳ ଜିଲ୍ଲା ଆମପାଣି ବସ୍‌ଷ୍ଟାଣ୍ଡ ନିକଟରେ ବସ୍‌କୁ ଅପେକ୍ଷା କରି ରାସ୍ତାକଡ଼ରେ ଛିଡ଼ା ହୋଇଥିଲା । ଏହି ସମୟରେ ଏକ ଇନୋଭା କାର୍‌ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ସେ ଗୁରୁତର ଅବସ୍ଥାରେ ରମେଶଙ୍କୁ ସ୍ଥାନୀୟ ଲୋକ କୋକସରା ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର୍‌କୁ ଜବତ କରି ସହ ଡ୍ରାଇଭରକୁ ଅଟକ ରଖି ଜେରା କରୁଛି ।

Leave A Reply

Your email address will not be published.