ମଲମୁଣ୍ଡା କ୍ଳଷ୍ଟର ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଳକ ଅନ୍ତର୍ଗତ ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ନିପୁଣ ମେଳା ପିପଲବାହାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରମୋଦ କୁମାର ପଟେଲଙ୍କ ତତ୍ତ୍ୱାବଧାନରେ ୯ଟି ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ,ଶିକ୍ଷୟିତ୍ରୀ ଓ ଅଭିଭାବକ ଯୋଗଦେଇଥିଲେ । ପ୍ରଧାନ ଶିକ୍ଷକ ତ୍ରିନାଥ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ପୁଇଁନ୍ତଲା ସରପଞ୍ଚ ଶ୍ରୀମତୀ ଦେବକୀ ସେଠ, ମୁଖ୍ୟବକ୍ତା ଭାବେ ଗଣ୍ଡବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧାଂଶୁ କୁମାର ପାଢୀ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଭିମନ୍ୟୁ ନନ୍ଦ ସମ୍ମାନିତ ଅତିଥିଭାବରେ ଯୋଗଦେଇଥିଲେ । ପ୍ରମୋଦ କୁମାର ପଟେଲ ଲକ୍ଷ୍ୟ, ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସର୍ବ ପ୍ରଥମେ ଅତିଥିମାନେ ମା’ ବାଗଦେବୀ ଓ ଶ୍ରୀ ଗଣେଶଙ୍କ ଫଟୋ ଚିତ୍ରରେ ଧୂପଦୀପ ଓ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ସୁଜାତା ଦାସ ଶ୍ଳୋକ ଉଚ୍ଚାରଣ ଓ ଛାତ୍ରୀବୃନ୍ଦ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ପରେ ନିପୁଣ ମିଶନର ଗୀତ ଓ ଶପଥ ପାଠ ନିଆଯାଇଥିଲା । ପ୍ରଥମରୁ ତୃତୀୟ ଶ୍ରେଣୀର ମୌଳିକ ସାକ୍ଷରତା, ମୌଳିକ ସଂଖ୍ୟାଜ୍ଞାନ ଓ ସୃଜନାତ୍ମକ କାର୍ଯ୍ୟକଳାପ ଉପରେ ତିଆରି ହୋଇଥିବା ବିଭିନ୍ନ ଶିକ୍ଷଣ ଉପକରଣ ମେଳାରେ ପ୍ରଦର୍ଶନ କରାଯାଇଥିଲା । ଶିକ୍ଷଣ ଉପକରଣ ଗୁଡିକୁ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଦେଖି ଖୁସି ଅନୁଭବ କରିଥିଲେ । ମେଳାରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସହାୟକ ଉପକରଣ ଓ ପ୍ରମାଣ ପତ୍ର ତଥା ସମସ୍ତ ଗାଇଡ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ମଧ୍ୟ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଏହି ମେଳାରେ ଶିକ୍ଷକ ଶଶାଙ୍କ ଶେଖର ବହିଦାର ଅତିଥି ପରିଚୟ କରିଥିବା ବେଳେ ସିଦ୍ଧେଶ୍ଵର ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ । ଅଶ୍ୱିନୀ କୁମାର ସାହୁ, ଇତିଶ୍ରୀ ଦାଶ, କଳ୍ପନା ରାଣୀ ପଟେଲ, ସିପିକା ସ୍ଵାଇଁ , ସୁଜାତା ଦାସ, ରୀତା ଡାଙ୍ଗ, ଲିଲି ସାହୁ, ଶ୍ରଦ୍ଧାଞ୍ଜଳି ଭୋଇ, ପବିତ୍ର କୁମାର ଭାଟି, ବସନ୍ତ କୁମାର ରାଉତ, ଅଳ୍ପନା ପ୍ରିୟଦର୍ଶିନୀ ଜେନା, ବବିତା ବେହେରା, କମଳକାନ୍ତ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.