ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସଦର ପଞ୍ଚାୟତ କଛାରପାଲି ସାହୁପଡ଼ା ପ୍ରଗତି ଯୁବକ ସଂଘ ଆନୁକୂଲ୍ୟରେ ଆୟୋଜିତ ଚବିଶ ପ୍ରହର ନାମଯଜ୍ଞରେ ମଙ୍ଗଳବାର ଦିନ ମଧ୍ୟାହ୍ନରେ ପୂର୍ବତନ ବିଧାୟକ ତଥା ଆଇନମନ୍ତ୍ରୀ ନରସିଂହ ମିଶ୍ର ଯୋଗ ଦେଇଛନ୍ତି । ପରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁଶିଲ ଚାନ୍ଦ ଏବଂ ବ୍ଲକ ସରପଞ୍ଚ ସଂଘ ସଭାପତି ଗୋପାଳ ଚନ୍ଦ୍ର ମିଶ୍ର, ବ୍ରାହ୍ମଣୀଜୋର ସରପଞ୍ଚ ମହେନ୍ଦ୍ର ମଲ୍ଲିକ, ମହଲାଇ ସରପଞ୍ଚ ଚିତ୍ତରଞ୍ଜନ ସାହୁ, ସିଂହାମୁଣ୍ଡା ସରପଞ୍ଚ ଜାହ୍ନବୀ ମାହାଣା ପ୍ରମୁଖ ଯୋଗ ଦେଇଥିଲେ । ପ୍ରକାଶ ଯୋଗ୍ୟ ଯେ, ଗତ ରବିବାର ଦିନରୁ ଏହି ନାମଯଜ୍ଞ ଆୟୋଜିତ ହୋଇଆସୁଛି । ଆଜି କରୁଆଁଝର, ଆଟଗାଁ, ନିକିତା ସିଂ ମହିଳା ଦଳ କୁମେଲସିଂହା, ଆୟୋଜକ କମିଟିର ଜୟ ଜଗନ୍ନାଥ କୀର୍ତ୍ତନ ମଣ୍ଡଳୀ କଛାରପାଲି ଏବଂ ମହାଗାଁ ମହିଳା ଦଳ ସଙ୍କୀର୍ତ୍ତନରେ ଅଂଶ ଗ୍ରହଣ କରି ସାରିଛନ୍ତି । ଆୟୋଜକ ପ୍ରଗତି ଯୁବକ ସଂଘର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ଏହି ନାମଯଜ୍ଞ ପରିଚାଳିତ ହେଉଛି ।
Prev Post