ଦେଓଗାଁ କଛାରପାଲିରେ ଚବିଶ ପ୍ରହର ନାମଯଜ୍ଞ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସଦର ପଞ୍ଚାୟତ କଛାରପାଲି ସାହୁପଡ଼ା ପ୍ରଗତି ଯୁବକ ସଂଘ ଆନୁକୂଲ୍ୟରେ ରବିବାର ଦିନରୁ ଚବିଶ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଯାଇଛି । ଶନିବାର ଦିନ ଗାଁର ମହିଳା, ପୁରୁଷ ଦେଓଗାଁ ଯୋଗୀ ସାଗରରୁ ଜଳଭର୍ତ୍ତି କଳସ ଆଣି ଦେଓଗାଁ ଓ କଛାରପାଲି ଗାଁ ପରିକ୍ରମା କରି ଜଗନ୍ନାଥ ମନ୍ଦିରରେ ଥିବା ପହରୀ ମଣ୍ଡପରେ ସ୍ଥାପନ କରିବା ପରେ ରବିବାର ଦିନ ସକାଳୁ ନମାରମ୍ଭ ହୋଇଥିଲା । ଚଳିତ ବର୍ଷ କତ୍ତା ଭାବେ ଶ୍ରୀକାନ୍ତ ସାହୁ ଓ ପତ୍ନୀ ବବି ସାହୁ ରହିଥିବା ବେଳେ ପୂଜକ ପ୍ରଦ୍ୟୁମ୍ନ ପାଣିଗ୍ରାହୀ, ଜପକ ଆଲୋକ ମିଶ୍ର ଓ କାହ୍ନୁ ମିଶ୍ର ରହିଛନ୍ତି । ଚଳିତ ବର୍ଷ ପ୍ରହରୀ ପରିଚାଳନା କରିବାକୁ ସଭାପତି ଡ. ଶଶୀ ଭୂଷଣ ସାହୁ, ଉପ ସଭାପତି ଶ୍ୱେତବାହାନ ସାହୁ, ଶ୍ରୀନାଥ ସାହୁ, ସମ୍ପାଦକ ଦୁର୍ବାଦଳ ସାହୁ, ସହ ସମ୍ପାଦକ ଗୌରହରି ସାହୁ, କୋଷାଧ୍ୟକ୍ଷ ସୁମନ୍ତ ସାହୁ, ଉପ କୋଷାଧ୍ୟକ୍ଷ ରମେଶ ସାହୁ, ଉପଦେଷ୍ଟା ସାଧୁ ଚରଣ ସାହୁ, ଅନନ୍ତ ସାହୁ, କିଶୋର ସାହୁଙ୍କ ସହ ସଂଘର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ପରିଚାଳିତ ହେଉଛି । ସୋମବାର ଦିନ କୁଦମୁଣ୍ଡା, ସିଆଲଟୁଣୁଙ୍ଗୀ, ଦେଓଗାଁ ରଣାପଡ଼ା କୁରାଲ ପାଠାଗାର, ଜଳିଆ, ନିକିତା ସିଂ ମହିଳା ଦଳ କୁମେଲ ସିଂହା ଗୋଡଭଗା, ମହିଳା ସଙ୍କୀର୍ତ୍ତନ ଦଳ ଶାସନପାଲି ଦଳ ସଙ୍କୀର୍ତ୍ତନରେ ଅଂଶଗ୍ରହଣ କରିଥିବା ନେଇ ଆୟୋଜକ କମିଟି ପ୍ରଗତି ଯୁବକ ସଂଘ, କଛାରପାଲି ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.