ରାଉରକେଲା, (କେପିଏନ୍ଏସ୍) : ସେକ୍ଟର ୩ ସ୍ଥିତ ନେକ୍ସଟ ଜେନ୍ ଇନିଷ୍ଟିଚ୍ୟୁଟ ପକ୍ଷରୁ ବିଭିନ୍ନ ପ୍ରକାର ରଙ୍ଗର ବେଲ୍ଟ ପରୀକ୍ଷାରେ ଇନିଷ୍ଟିଚ୍ୟୁଟର ୨୦ ଜଣ ଛାତ୍ରଛାତ୍ରୀ ଭାଗନେଇ ବିଭିନ୍ନ ପ୍ରକାର ରଙ୍ଗର ବେଲ୍ଟ ପାଇବାରେ ମନୋନିତ ହୋଇଥିଲେ । ଏହି ଇନିଷ୍ଟିଚ୍ୟୁଟ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଟାଇକୋଣ୍ଡ ଶିକ୍ଷା ପ୍ରଦାନ କରାଯାଇଥାଏ । ଏହି ଟାଇକୋଣ୍ଡ ଶିକ୍ଷାରେ ପ୍ରଥମ କଲର ବେଲ୍ଟ ହେଲା ହଳଦୀ, ଏହି ହଳଦୀ ରଙ୍ଗର ବେଲ୍ଟ ୭ ଜଣ ଛାତ୍ରଛାତ୍ରୀ ପାଇଥିବା ବେଳେ, ସବୁଜ ରଙ୍ଗର ବେଲ୍ଟ ପାଇଥିଲେ ୨ଜଣ ଛାତ୍ର, ସବୁଜ – ୧ ରଙ୍ଗ ବେଲ୍ଟ ପାଇଥିଲେ ୪ ଜଣ, ଲାଲ ରଙ୍ଗ ପାଇଥିଲେ ୬ ଜଣ ଛାତ୍ରଛାତ୍ରୀ, ଲାଲ – ୧ ରଙ୍ଗ ବେଲ୍ଟ ପାଇଥିଲେ ୧ଜଣ ଛାତ୍ର । ଏହି ବେଲ୍ଟ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥିଭାବେ ସିଟି ଗୃପ ଅଫ୍ ଏଜୁକେସନର ନିର୍ଦ୍ଦେଶକ ଏସ୍.କେ.ରାଏ ଯୋଗଦେଇଥିଲେ । ଅତିଥି ଭାବେ ସମାଜସେବୀ ଓ.ପି.ସିଂ, ସାମ୍ବାଦିକ ସଂଜୟ ସାହୁ ଯୋଗଦେଇଥିଲେ । ଅତିଥିଗଣ ଛାତ୍ରଛାତ୍ରୀଙ୍କୁ ବେଲ୍ଟ ପ୍ରଦାନ କରି, ଏହି ଇନିଷ୍ଟିଚ୍ୟୁଟର ସଂସ୍ଥାପକ ଆନନ୍ଦ ସୁନାଙ୍କୁ ଏହିଭଳି ଟାଇକୋଣ୍ଡ ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରୁଥିବାରୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଯୁଗ୍ମ କୋଚ ସୁନିତା ପତି, ବାବୁଲି ତନ୍ତୀ, ରୋନକ ରେହମାନ ଖାନ ସହଯୋଗ କରିଥିଲେ । ଶେଷରେ ନେକ୍ସଟ ଜେନ ଇନିଷ୍ଟିଚ୍ୟୁଟର ସଂସ୍ଥାପକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।