କୁତୁର୍ଲାରେ କୃଷକଙ୍କ ପାଇଁ କିସାନ ପାଠଶାଳା ଆୟୋଜିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲାରେ ଭାରତ ସରକାରଙ୍କ କେନ୍ଦ୍ରୀୟ ଯୋଜନାରେ ନାବାର୍ଡ ଏବଂ ମହାଶକ୍ତି ଫାଉଣ୍ଡେସନ ତରଫରୁ ଏକ କିସାନ ପାଠଶାଳା ଆୟୋଜିତ ହୋଇଯାଇଛି । ସୁନାମ ଧନ୍ୟ ତାଲିମଦାତା ତଥା କିସାନ ପାଠଶାଲାର ସଂସ୍ଥାପକ ଡଃ. ବଳରାମ କିସାନ ଉପସ୍ଥିତ କୃଷକମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ମହାଶକ୍ତି ଫାଉଣ୍ଡେସନର ବରିଷ୍ଠ ପରିଚାଳକ ହୃଷୀକେଶ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଡିଡିଏମ୍ ନାବାର୍ଡ ଡଃ. ବିବେକ ନାୟକ, ଦେଓଗାଁ ଅତିରିକ୍ତ ଉଦ୍ୟାନ କୃଷି ଅଧିକାରୀ ପ୍ରଜିତା ପୁରୋହିତ, କୃଷି ଉଦ୍ୟୋଗୀ ଦେବୀଦତ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବଲାଙ୍ଗିର ତଥା ଆଖ ପାଖ ଜିଲ୍ଲାର ପ୍ରାୟ ୨୦୦ ଅଗ୍ରଣୀ ଚାଷୀ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ । ଆଧୁନିକ ପ୍ରଣାଳୀରେ ତଥା ପରିବେଶ ଅନୁକୂଳ ଚାଷ, ସଠିକ୍ ଜ୍ଞାନ କୌଶଳ ଅନୁସରଣ କରି ଚାଷ କରିବାକୁ ସେ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । କଦଳୀ ଚାଷ କରି କେମିତି ଚାଷୀମାନେ ନିଜ ଆୟକୁ ବହୁଗୁଣିତ କରିପାରିବେ ସେ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.