ଭୋଗରାଇ (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ମହେଶପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅଲାଲବିନ୍ଧା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶିବରଞ୍ଜନ ସେଠୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ବେହେରା , ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭରତ ଚନ୍ଦ୍ର ପ୍ରଧାନ, ବିଶିଷ୍ଟ ଅତିଥି ଭାବେ ସୁଲତାନପୁର ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଜଗଦୀଶ ମିଶ୍ର, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ତଥା ଶିକ୍ଷାବିତ୍ ଶିବନାରାୟଣ ପାତ୍ର , ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅତୁଲ ଚନ୍ଦ୍ର ଜେନା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସିଦ୍ଧାର୍ଥ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ମାଆ, ମାଟି, ମାତୃଭାଷା ଜୀବନର ଗତିପଥକୁ ବଦଳାଇ ଭଲମଣିଷ ହେବାର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ ବୋଲି ଆଲୋକପାତ କରିଥିଲେ । ଉକ୍ତ ଉତ୍ସବରେ ପ୍ରଧାନ ଶିକ୍ଷକ ବିକ୍ରମ କେଶରୀ ବେହେରା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ତ୍ରିଦୀପ ଜେନା ଅତିଥିଙ୍କୁ ମଞ୍ଚ ଆହ୍ୱାନ ସହ ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶୈଳୀରେ ପାଠ ପଢ଼ାଉ ଥିବା ଶିକ୍ଷକ ଲିଙ୍କନ କୁମାର ଘଡ଼ାଇ, ଶିକ୍ଷକ ତ୍ରିଦୀପ ଜେନା, ଶିକ୍ଷୟିତ୍ରୀ ରଞ୍ଜିତା ମଣ୍ଡଳଙ୍କୁ ପରିଚାଳନା କମିଟି ତରଫରୁ ମାନପତ୍ର ଓ ଫୁଲମାଳ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ଶେଷରେ ଶିକ୍ଷକ ଝାଡ଼େଶ୍ୱର ଗିରି ଧନ୍ୟବାଦ ଅର୍ପଣ କରିଥିଲେ । ସଂଧ୍ୟାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ନାଚ ଗୀତ ଅଗଣିତ ଦର୍ଶକମାନଙ୍କୁ ମନୋରଞ୍ଜନମୟ କରି ବାନ୍ଧି ରଖିଥିଲା ।