ସଇଁତଲା, (ଖୁସିରାନୀ ସାହୁ) : କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଆଜି ୧୨ଟି ବୋମା ଜବତ ଘଟଣାରେ ଦୁଇ ଜଣ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ସଇଁତଲା ଥାନା ବଡ଼ମାଲ ଗୋଳାବାରୁଦ କାରଖାନାର ଦୁଇ ଜଣ କର୍ମଚାରୀ କାର୍ୟ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ ହୋଇଥିବା ସୂଚନା ମିଳିଛି । ନିଲମ୍ବିତ ହୋଇଥିବା ଦୁଇ କର୍ମଚାରୀ ହେଲେ ଜୁନିଅର ୱାର୍କସ ମ୍ୟାନେଜର ସୁଶାନ୍ତ ପାଣିଗ୍ରାହୀ ଓ ବୌଦ୍ଧ ବେହେରା । କଣ୍ଟାବାଞ୍ଜିରୁ ୧୨ଟି ବୋମା ଜବତ ଘଟଣାରେ କାର୍ୟ୍ୟାନୁଷ୍ଠାନ ନେଇ ବିଭାଗୀୟ ଅଧିକାରୀଙ୍କ ତଦନ୍ତ ଜାରି ରହିଛି ।
Prev Post