ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବରତୁଣ୍ଡା ପଞ୍ଚାୟତ ନୁଆଡିହି ଗ୍ରାମର ପଣ୍ଡିତ ହୀରାଧର ଦାଶଙ୍କ (୭୮) ପରଲୋକ ହୋଇଛି । ସେ ରାୟପୁର ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିଲେ । ଅଞ୍ଚଳରେ ଶ୍ରୀ ଦାସ ବେଶ ଜଣାଶୁଣା ବ୍ରାହ୍ମଣ ପୂଜକ ଥିଲେ । ମୃତ୍ୟୁ ପଛରେ ପୁତ୍ର ଲମ୍ବୋଦର ଦାଶ, ତରଣୀସେନ ଦାଶ, ପୂର୍ଣ୍ଣଚନ୍ଦ୍ର ଦାଶ, ପୁତ୍ରବଧୂ, ନାତି ନାତୁଣୀ ତଥା ପରିବାର ବର୍ଗଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ବଡ଼ ପୁଅ ଲମ୍ବୋଦର ଦାଶ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।