oom

ସଇଁତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସମସ୍ୟା : କାର୍ଯ୍ୟରତ ସାମ୍ବାଦିକ ସଂଘ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର

jsmm

ସଇଁତଲା, (ଖୁସିରାନୀ ସାହୁ) : ସରକାର ଡାକ୍ତରଖାନା ଗୁଡିକରେ ଭିତ୍ତିଭୂମି ଅଭାବକୁ ନେଇ କୋଟି କୋଟି ଟଙ୍କା ଅର୍ଥ ବିନିଯୋଗ କରି କୋଠା ନିର୍ମାଣ ହେଉଛି । କିନ୍ତୁ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ଡାକ୍ତର ସମସ୍ୟା ଦେଖାଦେଇଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସଇଁତଲା ଡାକ୍ତରଖାନାରେ । ଏହି ଡାକ୍ତରଖାନାର ସମସ୍ୟା ନେଇ ସଇଁତଲା କାର୍ଯ୍ୟରତ ସାମ୍ବାଦିକ ସଂଘ ତରଫରୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଯେ, ଏହି ସଇଁତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୨ ଗୋଟି ପଞ୍ଚାୟତର ପ୍ରାୟ ୧ ଲକ୍ଷ ଲୋକ ଡାକ୍ତରଖାନା ଉପରେ ନିର୍ଭର କରୁଥିବା ବେଳେ ଏହାର ଅଧୀନରେ ଟିକ୍ରାପଡା, ଘୁନସର, ବେଲଗାଁ ଓ ବୁଢ଼ାବାହାଲ ପଞ୍ଚାୟତରେ ୪ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ବର୍ଷ ହେଲା ଭାରପ୍ରାପ୍ତ ମେଡିକାଲ ଅଫିସର ଖାଲି ପଡିଥିବାରୁ ଡାକ୍ତରଖାନାର ଜୈନିକ ମହିଳା ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଦାୟିତ୍ୱରେ ରହିଛନ୍ତି । ଯାହା ଫଳରେ ଦୀର୍ଘ ଦିନ ହେଲା ଡାକ୍ତର ପଦବୀ ଖାଲି ପଡିଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁ ବିଶେଷଜ୍ଞ, ମେଡ଼ିସିନ ବିଶେଷଜ୍ଞ ସହିତ ବିଭିନ୍ନ ପଦବୀଗୁଡିକ ଖାଲି ପଡ଼ିଥିବା ବେଳେ ଲୋକେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି । ଏପରିକି ଚିକିତ୍ସା ପାଇଁ ଲୋକେ ବଲାଙ୍ଗିର, ବୁର୍ଲା ବଡ଼ ମେଡିକାଲକୁ ଯାଇ ଅତ୍ୟଧିକ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହେଉଛି । ଏଣୁ ଉକ୍ତ ଡାକ୍ତର ସମସ୍ୟା ନେଇ ବାରମ୍ବାର ବିଭାଗୀୟ ଅଧିକାରୀ ଠାରୁ ଆରମ୍ଭ କରି ଲୋକ ପ୍ରତିନିଧି ପର୍ଯ୍ୟନ୍ତ ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି । ଏହି ପରିପେକ୍ଷୀରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମହାଲିଙ୍ଗ ତୁଷୁରା ଗସ୍ତରେ ଆସିଥିବା ବେଳେ ସଇଁତଲା କାର୍ଯ୍ୟରତ ସାମ୍ବାଦିକ ସଂଘର ମୁଖ୍ୟ ପରାମର୍ଶଦାତା ପ୍ରମୋଦ କୁମାର ସେଲମାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମନ୍ତ୍ରୀଙ୍କୁ ଭେଟି ଡାକ୍ତରଖାନା ସମସ୍ୟା ନେଇ ଆଲୋଚନା କରିବା ସହିତ ଖାଲି ପଡ଼ିଥିବା ଡାକ୍ତର ପଦବୀ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ଏନେଇ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଲେ ଯେ, ଆଗାମୀ ଦିନରେ ସରକାର ୫୫ ଶହ ଡାକ୍ତର ଓ ୩୫ ଶହ ପାରାମେଡିକାଲ ନିଯୁକ୍ତି କରାଯିବ । ତେଣୁ ତୁଷୁରା ଓ ସଇଁତଲା ଡାକ୍ତରଖାନାରେ ଶୀଘ୍ର ଡାକ୍ତର ସମସ୍ୟା ପୂରଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହି ସମୟରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ଗୁଡ଼ଭେଳା ଅଶୋକ ଚନ୍ଦ୍ର ଦୋରା ସହ ସଂଘ ସଭାପତି ନାରାୟଣ ସାହୁ, କୋଷାଧ୍ୟକ୍ଷ ଅଜିତ ସାହୁ, ସଦସ୍ୟ ରଞ୍ଜନ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.