ମୋବାଇଲ ବ୍ୟାଟେରୀ ବିସ୍ପୋରଣରେ ଦୁଇ ଶିଶୁ ଗୁରୁତର

ପାଟଣାଗଡ଼, (ଅଶୋକ କୁମାର ବାଗ) : ମୋବାଇଲ ବ୍ୟାଟେରୀ ବିସ୍ପୋରଣରେ ଦୁଇ ଶିଶୁ ଗୁରୁତର । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ପାଢ଼େଲ ଗ୍ରାମରେ ଦୁଇ ଶିଶୁ ମୋବାଇଲ ବ୍ୟାଟେରୀ ଧରି ଖେଳୁଥବା ବେଳେ  ବିସ୍ପୋରଣ ଘଟିଛି ଫଳରେ ଦୁଇଜଣ ଗୁରୁତର ହୋଇଛନ୍ତି । ଦୁଇ ଶିଶୁଙ୍କୁ ପରିବାର ଲୋକ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି । ପାଟଣାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡିଛି । ଗୁରୁତର ଦୁଇଶିଶୁ ହେଲେ ଜଗା ସରାଫ ଓ ସଂଜୀବ ଦଳେଇ ।

Leave A Reply

Your email address will not be published.