ଦେଓଗାଁ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଶାନ୍ତ କୁମାର ମହାନ୍ତି୍‌ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦେଓଗାଁରେ ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ ଗ୍ରାମ ପଞ୍ଚୟତ ସରପଂଚ ନିନା ଛତ୍ରିଆ ମୁଖ୍ୟ ଅତିଥି ରୂପେ ଯୋଗଦେଇ ନିପୁଣ ଓଡ଼ିଶା ମେଳାକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କବିରାଜ ମାଝି ଯୋଗ ଦେଇଥିଲେ । ନାକେନସିରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ହାତୀସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଦିତ୍ୟ ନାରାୟଣ ଦାନୀ ଧନ୍ୟବାଦ ଅର୍ପଣ କରିଥିଲେ । ଦେଓଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମିତ କୁମାର ସୁନା ସମସ୍ତଙ୍କୁ ସ୍ୱାଗତ କରିଥିଲେ । ସର୍ବମୋଟ ୬୨ଟି ଟିଏଲଏମ ମଧ୍ୟରୁ ୫୭ଟି ମୌଳିକ ସଂଖାଜ୍ଞାନ ଏବଂ ୨୨ଟି ସର୍ଜନାତ୍ମକ ଟିଏଲଏମ ଥିଲା । ବିଚାରକ ଭାବେ ସିଆରସିସି ଚୁନଚୁନ ନାଗ, ତପନ ନାଗ, ନିର୍ମଳା ସାହୁ ଓ ପଦ୍ମଲୋଚନ ସୁନା ଯୋଗ ଦେଇଥିଲେ । ଦେଓଗାଁ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ଏଫଏଲଏନ ଶିକ୍ଷକ ସହଯୋଗ କରିଥିଲେ ।

Leave A Reply

Your email address will not be published.