ସଇଁତଲା, (ଖୁସି ରାନୀ ସାହୁ) : ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଇଁତଲା ପୋଲିସ ପକ୍ଷରୁ ଜାତୀୟ ରାଜପଥ ୨୬ର ନବୀନ ଛକଠାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ସୁଶାନ୍ତ ବଢେଇଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ, ସଇଁତଲା ପଞ୍ଚାୟତ ସମିତି କଲେଜର ଛାତ୍ରଛାତ୍ରୀ ହେଲମେଟ ପିନ୍ଧି ମୋଟର ସାଇକଲ ଚଳାଇବା ଓ ସିଟ୍ ବେଲ୍ଟ ଲଗାଇ ଚାରିଚକିଆ ଯାନ ଚଳାଇବା ପାଇଁ ସଚେତନ କରିଥିଲେ । ସଚେତନତା ସମୟରେ ଉଭୟ ଯାନ ଚାଳକ ମାନଙ୍କୁ ପୋଲିସ ତରଫରୁ ଚକଲେଟ ବଣ୍ଟନ କରିଥିଲେ ।
Next Post