ରାମଚନ୍ଦ୍ରପୁର ସ୍ୱାସ୍ଥ୍ୟ କେନ୍ଦ୍ର ଜନ ଆରୋଗ୍ୟ ସମିତି ସଂସ୍ଥାର ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ରାମଚନ୍ଦ୍ରପୁର ସ୍ୱାସ୍ଥ୍ୟ କେନ୍ଦ୍ର ଜନ ଆରୋଗ୍ୟ ସମିତି ପରିଚାଳନା ସଂସ୍ଥାର ବୈଠକ ସମିତିର ଅଧ୍ୟକ୍ଷା ତଥା ଜିଲ୍ଲା ପରିଷଦ ସଭ୍ୟା ମମତା କୁମୁରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ଚିତ୍ତରଞ୍ଜନ ମିଶ୍ର ସ୍ଵାଗତ ଭାଷଣ ଦେଇଥିଲେ । ବିପିଏମ୍ ପରେଶ ସାହୁ ଚଳିତ ବର୍ଷର ବ୍ୟୟ ଅଟକଳ ଉପସ୍ଥାପନ କରିଥିଲେ । ରାମଚନ୍ଦ୍ରପୁର ସରପଞ୍ଚ ପଦ୍ମିନୀ ମିଶ୍ର ଏବଂ ସିଂହାମୁଣ୍ଡା ସରପଞ୍ଚ ଜାହ୍ନବୀ ମାହାଣା ଉପସ୍ଥିତ ରହି ନିଜ ନିଜ ମତାମତ ରଖିଥିଲେ । ଗତବର୍ଷ କାୟାକଳ୍ପ ପୁରସ୍କାର ପାଇଁ ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ କମିଟି ତରଫରୁ ସମସ୍ତ କର୍ମଚାରୀଙ୍କୁ ପ୍ରଶଂସିତ କରାଯାଇଥିଲା । ବର୍ତ୍ତମାନ ଚାଲିଥିବା ସ୍ପର୍ଶ କୁଷ୍ଠ ଅଭିଯାନ ଅବସରରେ ଜନ ଆରୋଗ୍ୟ ସମିତି ପ୍ରାୟୋଜିତ ତଥା ଆଜାଦ ହିନ୍ଦ୍ କ୍ଳବ ସହଭାଗିତାରେ ଏକ କ୍ରିକେଟ ମ୍ୟାଚ୍‌ ହସ୍‌ପିଟାଲ୍‌ ନିକଟ ଖେଳ ପଡ଼ିଆରେ ଆୟୋଜିତ ହୋଇଥିଲା । ଏହି ଅବସରରେ ଜିଲ୍ଲା ପରିଷଦ ସଭ୍ୟା ମମତା କୁମୁରା ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏହି ବୈଠକରେ ବିଡିଏମ୍‌ ବିପ୍ଳବ ମିଶ୍ର, ଫାର୍ମାସୀ ଅଫିସର ରମେଶ ମହାକୁର, ଲ୍ୟାବ ଟେକନିସିଏନ୍ ମନୋଜ ମେହେର, ମହିଳା ସ୍ଵାସ୍ଥ୍ୟ କର୍ମୀ ମିନତୀ ରାଉତ ସହଯୋଗ କରିଥିଲେ । ଆୟୁଷ ମେଡିକାଲ ଅଫିସର ଡ଼. ଲଳିତ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.