oom

ସକମା ତ୍ରିଦିବସିୟ କ୍ରୀକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟନ କଲେ ନରସିଂହ

jsmm
  • ଖେଳୁଆଡ ମନୋଭାବ କ୍ରୀଡା ସହ ଅଂଚଳର ସାମଗ୍ରିକ ବିକାଶ କରେ – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜାତୀୟ ସଂସ୍କୃତି ଜନମଙ୍ଗଳ କ୍ଲବ ସକମା ଆନୁକୁଲ୍ୟରେ ଏକ ତ୍ରିଦିବସିୟ କ୍ରୀକେଟ ପ୍ରତୋଯୋଗିତା ଉଦ୍‌ଘାଟନ ହୋଇଯାଇଛି । ପ୍ରତିଯୋଗିତାରେ ମୁଖ୍ୟ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଏ ଅବସରରେ ସେ କହିଥିଲେ ଗ୍ରାମାଞ୍ଚଳ ମାନଙ୍କରେ ଯଦିଓ କୌଣସି ବି କ୍ରୀଡାର ବିଶେଷ ଭିତ୍ତିଭୂମି ନାହିଁ ତଥାପି ବି ଗାଁ ଯୁବକମାନେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଆୟୋଜନ ପୂର୍ବକ ଏ ଅଂଚଳରେ ପ୍ରତିଭା ସୃଷ୍ଟି କରୁଛନ୍ତି । ତା’ସହ ସେମାନେ ଗ୍ରାମାଞ୍ଚଳରେ କ୍ରୀଡାର ପ୍ରଚାର ପ୍ରସାର କରିବା ସହ ଲୋକଙ୍କ ଭିତରେ ଖେଳୁଆଡ ମନୋଭାବ ଜାଗ୍ରତ କରୁଛନ୍ତି । ଯାହା ଫଳରେ ଏହା ଯେ କେବଳ କ୍ରୀଡା ଓ କ୍ରୀଡାବିତଙ୍କ ମନୋଭାବରେ ଉନ୍ନତି ଆଣୁଛି ତାହା ନୁହେଁ ଅଂଚଳରେ ଶାନ୍ତି ସଦଭାବନା ଜାରି ରହୁଛି ଏବଂ ଅଂଚଳର ସମଗ୍ରିକ ବିକାଶ ରେ ସହାୟକ ହେଉଛି ବୋଲି ଶ୍ରୀ ମିଶ୍ର କହିଥିଲେ । ତିନି ଦିନ ବ୍ୟାପି ଏହି ପ୍ରତିଯୋଗିତାରେ ୧୬ଟି ଦଳ ଭାଗ ନେଇଛନ୍ତି ପ୍ରଥମ ଦିନ ଖେଳରେ ସଦେଇପାଲି, ସକମା, କୁଟୁମଡୋଳା, ବେଲୁଆମୁଣ୍ଡା, ବୀରମୁଣ୍ଡା, ବରଟିକା ଓ ବିଷ୍ଣୁମୁଣ୍ଡା ଦଳ ନିଜ ନିଜ ଭିତରେ ପ୍ରତିଯୋଗିତାରେ ସମ୍ମୁଖିନ ହୋଇଥିଲେ । ଆଜିର ଏହି ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥିଭାବରେ ସମିତି ସଭ୍ୟ ସଞ୍ଜିବ ପ୍ରଧାନ, ଗଜିନ୍ଦ୍ର ପ୍ରଧାନ, ବାଗଦଲ ସୁନା, ପବିତ୍ର କୁମ୍ଭାର, ବିଜୁ ସ୍ୱାଇଁ ମଂଚାସୀନ ଥିବା ବେଳେ ବାଗଦଲ ସୁନା, ପ୍ରଫୁଲ୍ଲ ସୁନା, ଗୋପାଳ ସିକ୍କା, ସୁନିଲ ସୁନା, ସୁରେଶ ସୁନା, ଦିପକ ବେହେରା ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସହଯୋଗ ପ୍ରଦାନ କରିଛନ୍ତି ।

jittmm
Leave A Reply

Your email address will not be published.