ଢୁଲୁସର ବିନୋଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଷଷ୍ଠ ଦିବସ

  • ଫାଇନାଲରେ ସ୍ପୋର୍ଟ୍ସ ହଷ୍ଟେଲ ବଲାଙ୍ଗିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ସ୍ଥିତ ଢୁଲୁସର ଖେଳପଡିଆରେ ଜବାହାରଲାଲ ଫୁଟବଲ ଏସୋସିଏସନ୍‌ ତରଫରୁ ଅନୁଷ୍ଠିତ ବିନୋଦ ସ୍ମାରକୀ ଫୁଟବଲ ଦ୍ୱିତୀୟ ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ସ୍ପୋର୍ଟ୍ସ ହଷ୍ଟେଲ ୩ – ୨ ଗୋଲରେ ଜେକେୱାଇଏସ୍‌ କାଲସାଏପାଲିକୁ ହରାଇ ଫାଇନାଲକୁ ପ୍ରବେଶ କରିଛି । ମୁଖ୍ୟ ଅତିଥିଭାବେ ବଲାଙ୍ଗିର ବ୍ଲକ ପୂର୍ବତନ ଅଧ୍ୟକ୍ଷ ଘାସିରାମ ବେହେରା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ପୂର୍ବତନ ଖେଳାଳୀ କୂଳମଣି ମେହେର, କ୍ରୀଡା ସଂସଦର ବରିଷ୍ଠ ସଦସ୍ୟ ଡା.ସିଦ୍ଧେଶ୍ଵର ମିଶ୍ର ଓ ପୂର୍ବତନ ଖେଳାଳୀ ବିଜୟ କୁମାର ନାହାକ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସ୍ୱର୍ଗତ ବିନୋଦ କୁମୁରାଙ୍କ ବାପା ରାମ କୁମାର କୁମୁରା, ଆୟୋଜନ କମିଟିର ଅଧ୍ୟକ୍ଷ ଶରତ କୁମାର ନନ୍ଦ, ପୂର୍ବତନ ଖେଳାଳୀ ନିଶାରକାନ୍ତ ନାଗ ଓ ମୋହନ ଧରୁଆ ମଂଚାସୀନ ଥିଲେ । ଖେଳକୁ ସଂଜନ କୁଦେଇ, ସଂଜିବ ମହାରଣା, ଜଳନ୍ଧର ସାହୁ ଓ ଅବଦୁଲ ମୁଜିବ ପରିଚାଳନା କରିଥିବା ବେଳେ ଦେବରାଜ ନାହାକ ମ୍ୟାଚ କମିଶନର ଦାୟିତ୍ୱ ତୁଳାଇଥିଲେ । ନବକୁମାର ବେହେରା, ଦିଲିପ ମଲ୍ଲିକ, ବିମ୍ବାଧର ମହାଲିଙ୍ଗ, ସଂଜୟ ଥନାପତି, ପିଣ୍ଟୁ କୁଅଁର, କରନ ଦଣ୍ଡସେନା, ପ୍ରଶାନ୍ତ ମହାଲିଙ୍ଗ, ରାଜେଶ୍ୱର କୁମୁରା ପ୍ରମୁଖ ସହଯୋଗ କରିଥିଲେ । ୨ ତାରିଖ ରବିବାର ଜେଏଫ୍‌ଏ ଢୁଲୁସର ବନାମ ସ୍ପୋର୍ଟ୍ସ ହଷ୍ଟେଲ ବଲାଙ୍ଗିର ମଧ୍ୟରେ ଗ୍ରାଣ୍ଡ ଫାଇନାଲ ଖେଳ ହେବ ବୋଲି ଆୟୋଜନ କମିଟି ଅଧ୍ୟକ୍ଷ ଶରତ କୁମାର ନନ୍ଦ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.