oom

ଗାନ୍ଧୀ ଫାଉଣ୍ଡେସନ ତରଫରୁ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ସ୍ଥିତ ଗାନ୍ଧୀ ଫାଉଣ୍ଡେସନ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଅନୁଷ୍ଠାନର ଭଗବତୀ ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଡ଼ଃ ସୁମନ ଦତ୍ତ, ବରସୁଆଁ ପ୍ରଗତି ଅନୁଷ୍ଠାନର ସମ୍ପାଦକ ବସନ୍ତ କୁମାର ନାୟକ, ଶିକ୍ଷାବିତ ବିପଦଭଞ୍ଜନ ପଣ୍ଡା, ଅରୁଣ କୁମାର ସ୍ୱାଇଁ, ପଦ୍ମଲୋଚନ ଦାଶ, ସରୋଜ କୁମାର ସାହୁ, ପ୍ରମୋଦ କୁମାର କର, ଏନ୍ଆଇଟିର ପ୍ରଫେସର ଡ଼ଃ ଅଜିତ ବେହେରା, ସାମ୍ବାଦିକ ସଂଗ୍ରାମ କେଶରୀ ଭୂୟାଁ, ସସ୍ମିତା ପ୍ରଧାନ, କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗଦେଇ ବାପୁଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କର ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ବାପୁଙ୍କ ଏହି ତିରୋଧାନ ଦିବସକୁ ଭାରତବର୍ଷରେ ସହୀଦ ଦିବସ, ସର୍ବୋଦୟ ଦିବସ, କୁଷ୍ଠରୋଗ ନିରୋଧୀ ଦିବସ ଭାବେ ପାଳନ କରାଯାଏ ବୋଲି ମତ ରଖିବା ସହ ତାଙ୍କ ଅହିଂସା ନୀତି କିପରି ସମଗ୍ର ବିଶ୍ୱରେ ଜାତୀୟ ବାର୍ତ୍ତା ରୂପେ ପ୍ରଚାରିତ ହୋଇଛି, ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶେଷରେ ଭଗବତୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.