jsm

ଗଞ୍ଜାମ ଜିଲ୍ଲାପାଳଙ୍କ ଛତ୍ରପୁର ବ୍ଲକର ବଉଳ ଗାଁ ଓ ରୁକୁଣୀ ଗାଁ ସେବା ସମବାୟ ସମିତିର ଧାନମଣ୍ଡି ପରିଦର୍ଶନ

csstore

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଛତ୍ରପୁର ବ୍ଲକର ବଉଳ ଗାଁ ଓ ରୁକୁଣୀ ଗାଁ ସୋସାଇଟିର ଧାନମଣ୍ଡି ବୁଧବାର ପରିଦର୍ଶନ କରିଛନ୍ତି । ଏହି ସମୟରେ ସେ କୃଷକ ମାନଙ୍କର ସମସ୍ତ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଏହାସହ ମଣ୍ଡି ଅଧିକାରୀଙ୍କୁ ଯଥାଶୀଘ୍ର ଚାଷୀଙ୍କ ଠାରୁ ଧାନ ଉଠାଇବା ପାଇଁ କଡ଼ା ତାଗିଦ୍ କରିଥିଲେ । ଛତ୍ରପୁର ବ୍ଲକର ଶତକଡା ୩୭ ପ୍ରତିଶତ ଧାନ କିଣା ସରିଛି ଏବଂ ସମଗ୍ର ଗଞ୍ଜାମ ଜିଲ୍ଲାର ଶତକଡା ୫୮ ପ୍ରତିଶତ ଧାନ କ୍ରୟ ସମାପ୍ତ ହୋଇଛି । ଜିଲ୍ଲାପାଳ ଶ୍ରୀ ପରିଡା ମଣ୍ଡି ପରିଦର୍ଶନ କରି ଧାନ କିଣାକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଟୋକନ୍ ଲାପସ୍ (ସମୟ ସୀମା ବିତିଯିବା) ହେବା ଗୁଜବ ପ୍ରଚାରକୁ ବିଶ୍ୱାସ ନ କରିବାକୁ ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ ଏବଂ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ, ସମସ୍ତ ପଞ୍ଜିକୃତ ଚାଷୀ ନିର୍ଦ୍ଧାରିତ ସମୟ ମଧ୍ୟରେ ମଣ୍ଡିରେ ଧାନ ବିକ୍ରୟ କରିପାରିବେ । ଅବଧି ସମାପ୍ତ ହେବାକୁ ଥିବା ଧାନ କିଣା ଟୋକନ୍ ଗୁଡିକର ସମୟ ସୀମା ଆଉ ୧୫ ଦିନ ବୃଦ୍ଧି କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । କୌଣସି ଚାଷୀଙ୍କର ଯେପରି କିଛି ଅସୁବିଧା ହେବ ନାହିଁ ସେଥିପ୍ରତି ପ୍ରଶାସନ ସଜାଗ ରହିଛି । ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ଛତ୍ରପୁର ଉପ ଜିଲ୍ଲାପାଳ ଶିବାଶିଷ ବରାଳ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା, ସମବାୟ ସମିତିର ସହକାରୀ ନିବନ୍ଧକ (ଏ.ଆର୍.ସି.ଏସ୍) ଯୋଗମାୟା ସାବତ, ସହକାରୀ ଯୋଗାଣ ଅଧିକାରୀ ସୁରେନ୍ଦ୍ର କୁମାର ପାଲ, ଏମ୍‌. ଆଇ. ଛତ୍ରପୁର ବର୍ଷାରାଣୀ ପାଢୀ ବିସିସି ବ୍ୟାଙ୍କ ନିର୍ଦ୍ଦେଶକ ଦୁର୍ଯ୍ୟୋଧନ ପରିଡା, ରୁକୁଣିଗାଁ ସମିତିର ପରିଚାଳନା ପରିଷଦ ବିଜୟ କୁମାର ପରିଡା ଓ ସମିତି ସମ୍ପାଦକ ପଙ୍କଜ କୁମାର ପାତ୍ର, ବିନୋଦ କୁମାର ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.