‘ବଡ଼ ମାଁ’ର ଶୁଭ ମୁହୁରତ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ତିଥି ଅବସରରେ ବରଗଡ଼ ପଞ୍ଚବଟୀ ଫିଲ୍ମ୍ ପକ୍ଷରୁ ଆଜି ‘ବଡ଼ ମାଁ’ ଚଳଚ୍ଚିତ୍ର ର ଶୁଭ ମୁହୁରତ ଅନୁଷ୍ଠିତ ହୋଇଯାଇଛି। ମାଁ ପରରାପାଟ୍ ମନ୍ଦିର ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ ଆଚାର୍ୟ୍ୟ, ବିଜେପୁର ବିଧାୟିକା ରୀତା ସାହୁ ଯୋଗ ଦେଇ ମୁହୁରତ ର ଶୁଭାରମ୍ଭ କରିଥିଲେ । ଚଳଚ୍ଚିତ୍ରର ନିର୍ଦ୍ଦେଶକ ଲିପୁ ମହାନ୍ତି କାର୍ୟ୍ୟକ୍ରମର ପରିଚାଳନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ପୃଥ୍ବୀରାଜ ନାୟକ, ପ୍ରଦୀପ ଦେବତା, ଅଶ୍ବିନୀ ପଣ୍ଡା, କନକ ଦ‌ଣ୍ଡସନା ତଥା ସମସ୍ତ କଳାକାର ଉପସ୍ଥିତ ଥିଲେ ।

Leave A Reply

Your email address will not be published.