ମହାକୁମ୍ଭ ୨୦୨୫ : ସରକାରଙ୍କ କାର୍ଯ୍ୟକ୍ରମଗୁଡ଼ିକ କେମିତି ‘ବିବିଧତା ମଧ୍ୟରେ ଏକତା’ର ବାର୍ତ୍ତା ପ୍ରଦାନ କରୁଛନ୍ତି, ତାହା ଦର୍ଶାଉଛି ପ୍ରୟାଗରାଜର ଡିଜିଟାଲ ପ୍ରଦର୍ଶନୀ

  • ଉଦ୍ୟୋଗୀକରଣ ନେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ମଧ୍ୟ ସୂଚନା ପ୍ରଦାନ କରୁଛି ଏହି ଡିଜିଟାଲ ପ୍ରଦର୍ଶନୀ

ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ବିଭିନ୍ନ ଯୋଜନା କେମିତି ବିବିଧତା ମଧ୍ୟରେ ଏକତାର ବାର୍ତ୍ତା ପ୍ରଦାନ କରୁଛି, ତାହା ଦର୍ଶାଉଛି ହାକୁମ୍ଭ ୨୦୨୫ର ଡିଜିଟାଲ ପ୍ରଦର୍ଶନୀ । କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଆୟୋଜିତ ଏହି ଡିଜିଟାଲ ପ୍ରଦର୍ଶନୀ ଦେଖିବାକୁ ବହୁତ ଲୋକ ଆସୁଛନ୍ତି । ଗୋଟିଏ ଦେଶ ଗୋଟିଏ କର, ଗୋଟିଏ ଦେଶ ଗୋଟିଏ ପାଓ୍ୱାର ଗ୍ରୀଡ, ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ପରି କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ‘ବିବିଧତା ମଧ୍ୟରେ ଏକତା’କୁ ଅନୁଭବ କରାଯାଉଛି । ଦେଶର ଏକତାକୁ ଆହୁରି ମଜଭୁତ କରୁଥିବା ଏହି ସବୁ କାର୍ଯ୍ୟକ୍ରମ ସଂପର୍କରେ ପ୍ରୟାଗରାଜ ମହାକୁମ୍ଭର ତ୍ରିବେଣୀ ମାର୍ଗରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଡିଜିଟାଲ ପ୍ରଦର୍ଶନୀରେ ଦର୍ଶକଙ୍କୁ ସୂଚନା ପ୍ରଦାନ କରାଯାଉଛି । ଜାତୀୟ ଏକତାର ପ୍ରତୀକ ସର୍ଦ୍ଦାର ପଟେଲଙ୍କ ଏକ ପ୍ରତିମୂର୍ତ୍ତିର ଏକ ଚିତ୍ର ମଧ୍ୟ ଏଠାରେ ସ୍ଥାନ ପାଇଛି ଯାହାକି ଏକତାର ବାର୍ତ୍ତା ବହନ କରୁଛି । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସହିତ ପୂରଣ ହୋଇଛି ‘ଗୋଟିଏ ଦେଶ ଗୋଟିଏ ସମ୍ୱିଧାନ’ର ସଂକଳ୍ପ । ବିକଶିତ ଭାରତର ସ୍ୱପ୍ନ ପୂରଣ କରିବା ପାଇଁ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ଓ ‘ଗୋଟିଏ ଦେଶ ଗୋଟିଏ ନାଗିରକ ସଂହିତା’ ପାଇଁ ଜୋରସୋରରେ ପ୍ରୟାସ କରାଯାଉଛି । ପ୍ରଦର୍ଶନୀରେ ଆକର୍ଷଣୀୟ ଶୈଳୀରେ ଏହା ପ୍ରଦର୍ଶିତ ହୋଇଛି । ଭାରତ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ନୀତି ଓ ସଫଳତାକୁ ନେଇ ଆୟୋଜିତ ଏହି ପ୍ରଦର୍ଶନୀରେ ଉଦ୍ୟୋଗୀକରଣ ଓ ଆତ୍ମନିଯୁକ୍ତିର ପ୍ରୋତ୍ସାହନକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ମୁଦ୍ରା ଯୋଜନା, ପିଏମ୍ ବିଶ୍ୱକର୍ମା ଯୋଜନା, ପିଏମଇଜିପି ଓ କ୍ରେଡିଟ୍ ଗ୍ୟାରେଣ୍ଟି ଫଣ୍ଡ ପରି ଯୋଜନା ଜରିଆରେ ସମ୍ଭବ ହୋଇ ପାରିଛି ଉଦ୍ୟୋଗୀକରଣ ଓ ଆତ୍ମନିଯୁକ୍ତି । ଜାନୁଆରି ୧୩ରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀକୁ ବହୁ ଲୋକ ଆସିଛନ୍ତି । ଦୃଶ୍ୟ-ଶ୍ରାବ୍ୟ ମିଡିଆ ଜରିଆରେ ସେମାନେ ବିକାଶ ଓ ଐତିହ୍ୟ ସଂପର୍କରେ ଅନେକ କଥା ଜାଣିପାରୁଛନ୍ତି । ଏଲଇଡି ପରଦାରେ ପ୍ରଦର୍ଶିତ ହେଉଥିବା ବିଭିନ୍ନ ସରକାରୀ ଯୋଜନା ମଧ୍ୟ ଲୋକଙ୍କୁ ଆକର୍ଷିତ କରୁଛି । ଏହା ସହିତ ସେମାନେ ସେଲଫି ମଧ୍ୟ ନେଉଛନ୍ତି ।

Leave A Reply

Your email address will not be published.