ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡାକ୍ତର ସର୍ବନା ବିବେକ ଏମ, ଉପ-ଜିଲ୍ଲାପାଳ ବ୍ରହ୍ମପୁର ଦୀନା ଦସ୍ତଗୀର ମିଳିତ ଅଭିଯୋଗ ଶୁଣାଣିରେ ଯୋଗ ଦେଇଥିଲେ । ଏହି ଅଭିଯୋଗ ଶୁଣାଣିର ସମୁଦାୟ ୮୯ଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ବ୍ୟକ୍ତିଗତ ଅଭିଯୋଗ ୮୪ଟି ଥିଲା ବେଳେ ଗ୍ରାମ ଅଭିଯୋଗ ୫ଟି ରହିଥିଲା । ଜଣଙ୍କୁ ରେଡ଼କ୍ରସ ପାଣ୍ଠିରୁ ୧୫୦୦୦ ଟଙ୍କା ପ୍ରଦାନ କରାଯାଇଥିଲା । ଗଞ୍ଜାମ ଜିଲ୍ଲାପାଳ ତ୍ଵରିତ ୮ଟି ଅଭିଯୋଗର ଫଏସଲା କରିଥିଲେ । ଆବେଦନ ଗୁଡ଼ିକ ଶୁଣାଣି କରି ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ପ୍ରେରଣ କରାଯାଇ ତୁରନ୍ତ ସମାଧାନ କରିବା ଦିଗରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ନିର୍ଦ୍ଦେଶ ଦେଇଥିଲେ । ଏହି ଅଭିଯୋଗ ଶୁଣାଣି ସମୟରେ ଜିଲ୍ଲାର ସମସ୍ତ ଅଧିକାରୀ ମାନେ ଓ ବ୍ରହ୍ମପୁର ଉପଖଣ୍ଡର ସମସ୍ତ ବି.ଡି.ଓ, ତହସିଲଦାର ଏହି ଯୁଗ୍ମ ଅଭିଯୋଗ ଶୁଣାଣିରେ ଉପସ୍ଥିତ ଥିଲେ ।
Next Post