oom

କୁଞ୍ଜର ଶିଶୁ ମହୋତ୍ସବ -୨୦୨୫ ଉଦ୍‌ଯାପିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କୁଞ୍ଜର ଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆନନ୍ଦ ସେବା ସଦନ ପକ୍ଷରୁ ୫ଦିନ ବ୍ୟାପି ଚାଲିଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ -୨୦୨୫ ଉଦ୍‌ଯାପିତ ହୋଇଯାଇଛି । ପ୍ରତ୍ୟେକ ଦିନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ କ୍ରୀଡା, ଝୋଟି, ଚିତ୍ରାଙ୍କନ, କୁଇଜ, ବକ୍ତୃତା ପ୍ରତିଯୋଗିତା, ସାହିତ୍ୟ ଆସର ଅନୁଷ୍ଠିତ ହୋଇଥିଲା । ଶିଶୁମହୋତ୍ସବର ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ପିପିଲି ଡେଲାଙ୍ଗ ବିଧାୟକ ଆଶ୍ରିତ ପଟ୍ଟନାୟକ, ମୁଖ୍ୟବକ୍ତା ରୂପେ ରାଜ୍ୟ ସୂଚନା କମିଶନର ପ୍ରାକ୍ତନ ଅଧ୍ୟକ୍ଷ ଜଗଦାନନ୍ଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଆଞ୍ଚଳିକ ପ୍ରବନ୍ଧକ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ସୂର୍ଯ୍ୟ ପ୍ରସାଦ ରଥ, ୟୁଟ୍ୟୁବ କମେଡିଆନ ମେକର ଜ୍ଞାନ ରଞ୍ଜନ ବାରିକ, ସ୍ଥାନୀୟ ସରପଞ୍ଚ ହିରଣ୍ୟମୟୀ ମହାପାତ୍ର ପ୍ରମୁଖ ଯୋଗଦେଇ ଆନନ୍ଦ ସେବା ସଦନର ପ୍ରତିଷ୍ଠାତା ତଥା ଆୟୋଜକ ମହେଶ୍ୱର ବେହେରାଙ୍କ ଗ୍ରାମାଞ୍ଚଳରେ ଏଭଳି ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ । ବିଭିନ୍ନ କ୍ଷତ୍ରରେ ପ୍ରତିଭାବାନ ବ୍ୟକ୍ତି ଏବଂ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର, ଉପଢୌକନ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ଏଥିରେ ସହଯୋଗ କରିଥିଲେ । ଶେଷରେ ମହେଶ୍ୱର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.