oom

ଆଦର୍ଶ ଶିକ୍ଷକ ସ୍ୱର୍ଗତ ରାଧାଗୋବିନ୍ଦ ଦେଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ସ୍ମୃତି ସଭା

jsmm

ଭୋଗରାଇ, (ଶିବ ନାରାୟଣ ପାତ୍ର) : ‘ଜୀବନ ନିର୍ମାଣର ଆଦ୍ୟ ପର୍ବ ପ୍ରାଥମିକ ଶିକ୍ଷା ନିର୍ଦ୍ଧାରଣ କରେ ପ୍ରତି ବ୍ୟକ୍ତିର ଭବିଷ୍ୟତ’ ବୋଲି ଆଜି ଗୁରୁଣାଂ ଗୁରୁ ଆଦର୍ଶ ଶିକ୍ଷକ ସ୍ୱର୍ଗତ ରାଧା ଗୋବିନ୍ଦ ଦେଙ୍କ ପ୍ରଥମ ବାର୍ଷିକୀ ସ୍ମୃତି ସଭା ଓ ମହୋତ୍ସବରେ ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସମାଜସେବୀ ମୁରଲୀ ମୋହନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିସଭାରେ ମୁଖ୍ୟ ଅତିଥିଭାବେ ଖରିଦପିପଳ ପଞ୍ଚାୟତର ସରପଞ୍ଚ ମଞ୍ଜୁରାଣୀ ବେହେରା, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ତଥା କବି କାଳିକିଙ୍କର ଦାସ, ବିଶିଷ୍ଟ ଅତିଥିଭାବେ ଦହମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ପବନ କୁମାର ବେହେରା, ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ଖରିଦପିପଳ ସମବାୟ ସମିତି ସଭାପତି ଆଶୁତୋଷ ମହାନ୍ତି, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ହେମନ୍ତ ବେହେରା, ଅବସରପ୍ରାପ୍ତ ସ୍ଥଳ ସେନା ଅଧିକାରୀ ସତ୍ୟବାଦୀ ପାତ୍ର, ପ୍ରାକ୍ତନ ପ୍ରଧାନ ଶିକ୍ଷକ ବସନ୍ତ ପ୍ରଧାନ, ପ୍ରାକ୍ତନ ନୟାପାଲି ଗ୍ରାମ କମିଟି ସଭାପତି ହରିଶ ଚନ୍ଦ୍ର ଦାସ, ସମାଜସେବୀ ଅନନ୍ତ କୁମାର ଦତ୍ତ, ସୁଧାଂଶୁ ଦେ, ସୁଧୀର ଚନ୍ଦ ପ୍ରମୁଖ ଯୋଗଦେଇ ଦିବଂଗତ ପ୍ରଧାନ ଶିକ୍ଷକ ରାଧାଗୋବିନ୍ଦ ଦେଙ୍କ ଜୀବନ ବ୍ୟାପି ଶିକ୍ଷାଦାନ ଓ ତ୍ୟାଗ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ସାମ୍ବାଦିକ ଶିବ ନାରାୟଣ ପାତ୍ର ଅତିଥିଙ୍କ ପରିଚୟ ପ୍ରଦାନ ସାଙ୍ଗକୁ ଧନ୍ୟବାଦ ଅର୍ପଣ କରିଥିଲେ । ବଡ଼ ପୁତ୍ର ମୃତ୍ୟୁଞ୍ଜୟ , ମଧ୍ୟମ ପୁତ୍ର ଆଶୁତୋଷ, ସାନପୁତ୍ର ପ୍ରଦୀପ ଏବଂ ବନ୍ଧୁବାନ୍ଧବ ପ୍ରମୁଖ ନୟାପାଲି ଗ୍ରାମସ୍ଥ ବାସଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.