jsm

ପୁଣି ଚର୍ଚ୍ଚାରେ ପାଟଣାଗଡ଼

csstore

ପାଟଣାଗଡ଼, (ଅଶୋକ କୁମାର ବାଗ) : ପୁଣି ଚର୍ଚ୍ଚାରେ ପାଟଣାଗଡ଼ । ସବୁଥର ଭଳି ଏଥରକ ଚର୍ଚ୍ଚା କିନ୍ତୁ ଟିକିଏ ଭିନ୍ନ ରହିଛି । ଯେଉଁ ହାତରେ ସ୍ତ୍ରୀର ମଥାରେ ସିନ୍ଦୁର ଦେଇଥିଲା ସ୍ୱାମୀ । ସେହି ହାତରେ ହିଁ ସ୍ତ୍ରୀର ଅଶ୍ଳୀଳ ଭିଡ଼ିଓ ଭାଇରାଲ କରିଦେଲା ସ୍ୱାମୀ । ଏହି ଘଟଣା ପାଟଣାଗଡ଼ ଦେଖିବାକୁ ମିଳିଛି । ପୋଲିସ ପାଟଣାଗଡ଼ ଥାନାରେ ସ୍ୱାମୀକୁ ଅଟକ ରଖିଥିବା ନେଇ ସୂଚନା ରହିଛି । ବିବାହ ପରେ ଯୌତୁକ ନିର୍ଯ୍ୟାତନା ଦେଉଥିଲା ସ୍ୱାମୀ । ଖାଲି ଏତିକି ନୁହେଁ ଅଧିକ ଯୌତୁକ ବିବାହ ପରେ ମଧ୍ୟ ଡ଼ିମାଣ୍ଡ କରୁଥିଲା । ଆଉ ଯୌତୁକ ନ ଦେଲେ ଅଶ୍ଳୀଳ ଭିଡ଼ିଓ ଭାଇରାଲ କରିଦେବି ବୋଲି ସ୍ତ୍ରୀକୁ ଧମକ ଦେଉଥିଲା । ଧମକ ଦେଉ ଦେଉ ଶେଷରେ ସ୍ତ୍ରୀର ଅଶ୍ଳୀଳ ଭିଡ଼ିଓ ହିଁ ଭାଇରାଲ କରିଦେଲା ସ୍ୱାମୀ । ଯାହା ଫଳରେ ବାଧ୍ୟ ହୋଇ ସ୍ତ୍ରୀ ପାଟଣାଗଡ଼ ଥାନାରେ ଯୌତୁକ ନିର୍ଯ୍ୟାତନା ଦେବା ସହ ଯୌତୁକ ପାଇଁ ଭିଡ଼ିଓ ଭାଇରାଲ କରିଦେଇଛି ମୋ ସ୍ୱାମୀ ବୋଲି ପାଟଣାଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ସ୍ୱାମୀ ଜଣକ କୋମନା ଥାନାର ହୋଇଥିବା ବେଳେ ସ୍ତ୍ରୀର ଅଶ୍ଳୀଳ ଭିଡ଼ିଓ ଭାଇରାଲ କରିଥିବା ସ୍ୱାମୀକୁ ପାଟଣାଗଡ଼ ଥାନା ପୋଲିସ ଅଟକ ରଖି ଆଇଟି ଆକ୍ଟରେ ଏକ ମାମଲା ରଜୁ କରି ତଦନ୍ତ ଆରମ୍ଭ କରିଛି ପାଟଣାଗଡ଼ ପୋଲିସ ବୋଲି ସୂଚନା ରହିଛି ।

yuvodaya
Leave A Reply

Your email address will not be published.