ବରକାନୀ ପ୍ରିମିୟର ଲିଗ୍‌ ଉଦ୍‌ଯାପିତ : ଗୋୟଲପିଟାକୁ ହରାଇ ବରକାନୀ ଦଳ ଚାମ୍ପିୟନ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଗତକାଲି ଠୁ ବରକାନୀ କିକ୍ରେଟ ପଡ଼ିଆରେ ବରକାନୀ ଯୁବ ପରିଷଦ ତରଫରୁ ଆରମ୍ଭ ହୋଇଥିବା ବରକାନୀ ପ୍ରିମିୟର ଲିଗ୍‌ ଆଜି ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ପଂଚାୟତ ସମିତିର ଉପାଧ୍ୟକ୍ଷ ଗୋଲାପ ବାଗ ଓ ସମ୍ମାନିତ ଅତିଥି ଭାବରେ ଆଇନଜୀବୀ ବିକ୍ରମ ଷଡ଼ଙ୍ଗୀ ଯୋଗ ଦେଇଥିଲେ । ଏଥିରେ ମୋଟ ୧୬ଟି ଦଳ ଭାଗ ନେଇଥିବା ବେଳେ ଗୋୟଲପିଟା ଦଳକୁ ବରକାନୀ ଦଳ ହରାଇ ଚାମ୍ପିୟନ ହୋଇଥିବା ଦେଖିବାକୁ ମିଳିଛି । ଚାମ୍ପିୟନ ଦଳକୁ ଅତିଥି ମାନେ ଫୁଲତୋଡ଼ା ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ମେନ୍‌ ଅଫ୍‌ ଦି ସିରିଜ୍‌ ଭାବରେ ବରକାନୀ ଦଳର ଖେଳାଳୀ ପ୍ରକାଶଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଅତିଥି ମାନେ ।

Leave A Reply

Your email address will not be published.