csstore

ଝିଅର ଶବ ରଖି ନ୍ୟାୟ ପାଇଁ ରାସ୍ତାରେ ମାଁ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଝିଅର ଶବ ରଖି ନ୍ୟାୟ ପାଇଁ ରାସ୍ତାରେ ମାଁ । ଆଉ ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାରେ । ସୂଚନା ଯୋଗ୍ୟ ଯେ, ଗତ ୨୨ ତାରିଖ ସକାଳେ ଭିତରଝୋଲା ଗ୍ରାମର ସ୍ୱର୍ଗତ ଜାମା ମିଣିଆକାଙ୍କ ଝିଅ ରଞ୍ଜିତା ମିଣିଆକା କପା ଗୁଡ଼ିଆକୁ କପା ତୋଳିବା ପାଇଁ ଯାଇଥିବା ବେଳେ ଝିଅ ଏକୁଟିଆ କପା କାଢୁଥିବା ଦେଖି କେଏସ୍‌ଆର୍‌ ଏକ ଘରୋଇ କମ୍ପାନୀର ଗାଡି ମେକାନିକ୍‌ ଅହମ ଜାଦ ରଞ୍ଜିତାଙ୍କ ସହ ଦୁଷ୍କର୍ମ କରିଥିଲା । ଯାରହା ଫଳରେ ଦୁଷ୍କର୍ମର ଶିକାର ହୋଇଥିବା ରଞ୍ଜିତା କାହାକୁ ନ କହି କୀଟନାଶକ ଔଷଧ ପିଇଦେଇଥିଲେ । ଏଖବର ପାଇ ମା’ ଲକ୍ଷ୍ମୀ ମିଣିଆକା ତୁରନ୍ତ ଘରକୁ ଆସି ଝିଅକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଚିନ୍ମୟ ଲିମା ଓ ପ୍ରମୋଦ କୁମାର ମିଶ୍ର ପ୍ରାଥମିକ ଚିକିତ୍ସା କରିବା ପରେ ରଞ୍ଜିତାଙ୍କ ଅବସ୍ଥା ଅଧିକ ଗୁରୁତର ହୋଇଥିବାରୁ ଜିଲ୍‌ଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ନହଞ୍ଚିବା ପରେ ସେଠାରେ ରଞ୍ଜିତାଙ୍କ ମୃତ୍ୟୁ ହୋଇଥିଲା । ଶବ ବ୍ୟବଚ୍ଛେଦ ପରେ ଆଜି ସକାଳେ ରଞ୍ଜିତାଙ୍କ ଶବ ଭିତରଝୋଲାକୁ ପହଞ୍ଚିଥିଲା । ପରେ ଗାଁ ମୁଣ୍ଡରେ ଶବକୁ ରଖି ରାସ୍ତା ଅବରୋଧ କରିଥିଲେ ମା ଲକ୍ଷ୍ମୀ ଓ ଗ୍ରାମବାସୀ । ଏ ସମ୍ପର୍କରେ କଲ୍ୟାଣସିଙ୍ଗପୁର ଥାନା ଅଧିକାରୀ ନୀଳକଣ୍ଠ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଥାନାରେ ପରିବାର ଲୋକେ କୌଣସି ଲିଖିତ ଅଭିଯୋଗ ଦେଇ ନାହାଁନ୍ତି । ଲିଖିତ ଅଭିଯୋଗ ନ ଦେଲେ ଘଟଣା ସମ୍ପର୍କରେ ତଦନ୍ତ ହେବ ନାହିଁ । ଅନ୍ୟପଯେ ଅଭିଯକ୍ତ ଏବେ ଫେରାର ଥିବା ଜଣାପଡିଛି ।

jayashree
Leave A Reply

Your email address will not be published.