csstore

ବଡ଼ମାଳ ଷ୍ଟେସନରୁ ଛାତ୍ର ନିଖୋଜ ଘଟଣା : ଗୌହାଟି ଷ୍ଟେସନରୁ ଉଦ୍ଧାର ହେଲେ ଛାତ୍ର

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ରେଳ ଷ୍ଟେସନରୁ ଜଣେ ସ୍କୁଲ ଛାତ୍ର ନିଖୋଜ ଘଟଣା ଖବର ପ୍ରସାରଣ ହେବା ପରେ ପୋଲିସ ତତ୍ପରତାର ସହିତ ଛାତ୍ରକୁ ଖୋଜାଖୋଜି କରିବା ପରେ ଗୌହାଟି ଷ୍ଟେସନରୁ ଛାତ୍ର ଜଣକୁ ଜିଆର୍‌ପି ପୋଲିସ ଉଦ୍ଧାର କରିଥିବା ନେଇ ସଇଁତଲା ପୋଲିସ ସୂଚନା ଦେଇଛି । ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତ ଜାନୁୟାରୀ୧୮ ତାରିଖ ଦିନ ନାବାଳକ ଛାତ୍ର ନିଜ ବିଦ୍ୟାଳୟକୁ ଯିବ ପାଇଁ ନାଗାବାଲି ଟ୍ରେନରେ ବାହାରିଥିଲେ । ତାଙ୍କୁ ବିଜୟନଗରମ ସ୍ଥିତ କୋରକୋଣ୍ଡା ସୈନିକ ବିଦ୍ୟାଳୟକୁ ଯିବାର ଥିଲା କିନ୍ତୁ ବିଦ୍ୟାଳୟକୁ ନ ଯାଇ ସେ ଟ୍ରେନରେ ଚଢି ବଡ଼ମାଳ ଷ୍ଟେସନରେ ନିଖୋଜ ହୋଇଯାଇଥିଲେ ।

jayashree
Leave A Reply

Your email address will not be published.