ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ସ୍ଵାମୀ ବିବେକାନନ୍ଦ ସେବା ସମିତି ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ମହାଆଡମ୍ବରରେ ପାଳିତ ହୋଇଯାଇଛି । ରାୟଗଡ଼ା ବିଦ୍ୟା ନଗର ସ୍ଥିତ ମହିଳା ସଂସ୍କୃତି ଅନୁଷ୍ଠାନ ଗୃହରେ ସମିତିର ସଭାପତି ଯୋଗେଶ୍ଵର ଦାସଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘର ରାଷ୍ଟ୍ରୀୟ ଉପସଭାପତି ଏମ୍ ଜଗଦୀଶ୍ଵର ରାଓ, ମୁଖ୍ୟବକ୍ତା ଭାବେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ସକ୍ଷମର ପ୍ରାନ୍ତ ସଂରକ୍ଷକ ବାଦଲ କୁମାର ତା, ସମ୍ମାନିତ ଅତିଥି ଭାବେ ରାୟଗଡ଼ା ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ଶ୍ରୀମତୀ ବିଦୁଲତା ହୁଇକା ଯୋଗଦେଇ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଦେଶାତ୍ମବୋଧକ ସ୍ଵାଗତ ସଙ୍ଗୀତ ଗାନ କରି କାର୍ଯ୍ୟକ୍ରମକୁ ଆଗକୁ ନେବା ସହ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୀବନୀ ବିଷୟରେ ସ୍ମୃତି ଚାରଣ କରିବା ସହ ଛାତ୍ର ଏବଂ ଯୁବ ସମାଜ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଆଦର୍ଶକୁ ଗ୍ରହଣ କରି ନିଜ ଜୀବନକୁ ଆଗକୁ ନେବା ପାଇଁ ମାର୍ଗଦର୍ଶନ କରିଥିଲେ । ସମିତିର ସହ ସହସଂପାଦକ ଗଣେଶ କୁମାର ସାହୁ ସମିତିର କାର୍ଯ୍ୟ ଶୈଳୀ, କାର୍ଯ୍ୟକ୍ରମ ଉପରେ ଉପସ୍ଥାପନା କରିଥିଲେ । ଏହି ଅବସରରେ ସମିତି ପକ୍ଷରୁ ଛାତ୍ରଛାତ୍ରୀ, ସମାଜସେବୀ, ଲେଖକ ଲେଖିକା ମାନଙ୍କୁ ମାନପତ୍ର ସହ ଗୋଟିଏ ଚାରାୠଛ ଦେଇ ସମ୍ମାନିତ କରିବା ସହ ଦେଶରେ ପର୍ଯ୍ୟାବରଣକୁ ରକ୍ଷା କରିବା ଏବଂ ପଲିଥିନ ମୁକ୍ତ କରିବା ପାଇଁ ଅତିଥି ବୃନ୍ଦ ଅନୁରୋଧ କରିବା ସହ ସଚେତନତା କରିଥିଲେ । ଏକଲ ରଥ ଉତ୍ସବ ପ୍ରଭାରୀ ଦକ୍ଷିଣ ଭାଗ ଓଡିଶା ଓ ସଂସ୍କାର ଶିକ୍ଷା ପ୍ରମୁଖ ରାୟଗଡ଼ା ଜୟଦେବ ସିଠ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ । ସମାପନରେ ନାରୀ କବି ଶିକ୍ଷିକା ଶ୍ରୀମତୀ ପଦ୍ମିନୀ ମିଶ୍ର ଉପସ୍ଥିତ ଛାତ୍ରଛାତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଦୁର୍ଗାମାଧବ ଘୋଷ, ଶ୍ରୀମତୀ ଉଷାରାଣୀ ଦାଶ, ରାମକୃଷ୍ଣ ପାଣିଗ୍ରାହୀ, ପ୍ରଦୀପ ସାହୁ, ଅଶ୍ଵିନୀ ନାୟକ, ନେହା ସିଂ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଏନ୍.ସି.ସି ଶିକ୍ଷକ ଉଦୟ ନାୟକଙ୍କ ସହ ଛାତ୍ରମାନେ, ଅଧିବକ୍ତା ପରିଷଦର ସଭାପତି କିଶୋର କୁମାର ସାହୁ, ଜେ. କେ. ପେପର ମଜଦୁର ସଂଘର ସମ୍ପାଦକ ଏ. ତିରୁପତି ରାଓ, ସଭାପତି ଏସ୍. ଦୁର୍ଗା, ଗାୟତ୍ରୀ ନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀ ଏବଂ ଗୁରୁମା, ଗୁରୁଜୀ, ସ୍ଵାମୀ ବିବେକାନନ୍ଦ ସ୍କୁଲର ଛାତ୍ରଛାତ୍ରୀ, ଭାରତୀୟ ମଜଦୁର ସଂଘର କାର୍ଯ୍ୟକର୍ତ୍ତାଙ୍କ ସହ ବିଭିନ୍ନ ସଂଗଠନର ନେତୃବୃନ୍ଦ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।