ଆସନ୍ତା ୧୯ରୁ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଟାଲ ଗ୍ରାମ ଠାରେ ଆସନ୍ତା ୧୯ ତାରିଖ ଦିନରୁ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହେବ । ୧୯ ତାରିଖ ଦିନ ଗାଁ ତଥା ଅଞ୍ଚଳର ଶତାଧିକ ମହିଳା, ପୁରୁଷ କଳସ ଯାତ୍ରାରେ ସାମିଲ ହୋଇ ଗାଁର ବଡପୋଖରୀରୁ ଗାଁ ପରିକ୍ରମା କରି ମନ୍ଦିର ସମ୍ମୁଖ ପୂଜା ମଣ୍ଡପରେ କଳସ ସ୍ଥାପନ କରିବେ । ଏହି କାର୍ଯ୍ୟକ୍ରମରେ ଜାମପାଲିର ପ୍ରସିଦ୍ଧ ଗଣ୍ଡାବଜା, କଳଙ୍ଗୀ ନାଚ, ଘଣ୍ଟବାଦ୍ୟ, ସଂପ୍ରଦା ଦଳ, ଘୁଡକା ନାଚ, କିର୍ତ୍ତନ୍ୟ ଦଳ, ସାଂସ୍କୃତିକ ଦଳ ଯୋଗଦେବେ । ୧୯ ତାରିଖ ଦିନ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେବ । ୨୦ ତାରିଖରୁ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହେବ ଓ ୨୪ ତାରିଖ ଉଦ୍‌ଯାପିତ ହେବ । ଗାଁର ସମସ୍ତଙ୍କ ସହଯୋଗରେ ପ୍ରସ୍ତୁତି ପର୍ବ ଅନ୍ତିମ ପର୍ଯ୍ୟାୟ ପହଞ୍ଚି ଯାଇଛି । ଏହି ମହୋତ୍ସବରେ ଗାଁ ତରଫରୁ ଗ୍ରାମ୍ୟ କମିଟି ସହ ପୂଜା କମିଟି, ଶାନ୍ତି କମିଟି, ଅନ୍ନଭୋଗ ଦାୟିତ୍ୱ କମିଟି, ସାଂସ୍କୃତିକ କମିଟି, ନାମଯଜ୍ଞ କମିଟି, ଭଣ୍ଡାର ରକ୍ଷକ, ଦାନ ସଂଗ୍ରହ କମିଟି, ମଞ୍ଚ ପରିଚାଳନା କମିଟି, ସ୍ୱେଚ୍ଛାସେବୀ କମିଟି ଓ ଅନ୍ୟାନ୍ୟ କମିଟି ପ୍ରମୁଖ ପ୍ରତିଷ୍ଠା ଦାୟିତ୍ୱରେ ରହିବେ । ୭ଜଣ ପଣ୍ଡିତଙ୍କ ପୂଜାପାଠରେ ମୁଖ୍ୟକର୍ତ୍ତା ଭାବେ ଗାଁର ଗୌନ୍ତିଆ ବଳଦେବ ସାହୁ(ରାଜା), ଜୟକୁମାର ସାହୁ, କିଶୋର ପଧାନ, ଅରବିନ୍ଦ ପଣ୍ଡା, କୀର୍ତ୍ତିବାସ ସ୍ୱାଇଁ, ଉମେଶ ବଢେଇ, କୁମୁଦ ଦାଶ, ରୋଶନ ସାହୁ ସହପତ୍ନୀ ଦାୟିତ୍ୱ ତୁଲାଇବେ । ୨୦ ତାରିଖରୁ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ଭୂବନ ପଧାନ ଅନୁଷ୍ଠିତ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ରାବଣ ଅଭିନୟ କରିବେ । ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ରାବଣ ଦରବାର ହେବ । ଏହି ଦରବାରରେ ସମସ୍ତ ରାଜନୀତିକ ଦଳ, ଅଞ୍ଚଳର ସମସ୍ତ ସରପଞ୍ଚ ସହ ପ୍ରଶାସନିକ ଅଧିକାରୀ ରାଜ ଅତିଥି ଭାବେ ଯୋଗଦେବେ । ରାଜ ଦରବାରେ ପଶ୍ଚମ ଓଡିଶାର ପ୍ରସିଦ୍ଧ ହାସ୍ୟ ଅଭିନେତା ଯୋଗେଶ ଯୋଯୋ ଟିମ୍‌, ଟିଙ୍କୁ ଟିଙ୍ଗାଲୁ ଟିମ ସହ ଓଡିଶାର ପ୍ରସିଦ୍ଧ ସାଂସ୍କୃତିକ ଦଳ ଯୋଗଦେବେ । ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ପ୍ରତ୍ୟେହ ଦିନ ଦିନ ୧୧ଟା ସମୟରୁ ପାରାୟଣ ଗାନ ହେବ । ଗାଁର ଅନ୍ନଦାତା ନିରଞ୍ଜନ ସାହୁ, ମା’ ରୁତିମୋହନ ମିଶ୍ର, କୀର୍ତ୍ତିବାସ ସ୍ୱାଇଁ, ଚୌଧୁରୀ ବିଶ୍ୱାଲ, ସଂଜୀବ ସାହୁ, ବଳଦେବ ସାହୁ ଓ ଗ୍ରାମ୍ୟକମିଟି ମାନଙ୍କ ତରଫରୁ ପ୍ରତ୍ୟେହ ଦିନ ଅନ୍ନଭୋଗ ସମସ୍ତ ଭକ୍ତମାନଙ୍କ ପାଇଁ ଦାନ କରିବେ । ଉଦ୍‌ଯାପନୀ ଦିନ ସମସ୍ତ ଯୁବ ସମାଜ ପାଇ ସମ୍ବଲପୁରର ଉମା ଆକ୍ରେଷ୍ଟା ପରିବେଷଣ ହେବ । ପ୍ରତ୍ୟେହ ଦିନ ଗଞ୍ଜାମର ଜଗନ୍ନାଥ ଅପେରା ସହ କୀର୍ତ୍ତନଧାରା, ବୈଠକି କୀର୍ତ୍ତନ, କୃଷ୍ଣଗୁରୁ, ମାଁ ଶାରଳା ଦଣ୍ଡନୃତ୍ୟ ପରିବେଷଣ ହେବ ।

Leave A Reply

Your email address will not be published.