୧୧ତମ ମାଁ ସୁନାମୁଖି ମହୋତ୍ସବ ଉତ୍‌ଯାପିତ

  • ବିଦ୍ୟୁତ ସଂଯୋଗ କେବେ ?
  • ସୁନାମୁଖୀ ପାହାଡ଼ ଓ ଗୁମ୍ଫାକୁ ପର୍ଯ୍ୟଟନ ସ୍ଥଳି ପାଇଁ ଦାବି

ମ.ରାମପୁର (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲାର କର୍ଳାମୁଣ୍ଡା ଓ ମ.ରାମପୁର ବ୍ଲକ ମଧ୍ୟ ଭାଗରେ ଥିବା ପରମାନନ୍ଦପୁର ଓ ନରସିଂଙ୍ଗପୁରରେ ଅବସ୍ଥିତ ମାଁ ସୁନାମୁଖିଙ୍କ ପିଠରେ ପ୍ରତେକ ବର୍ଷ ପୌଷ ପୂର୍ଣ୍ଣମୀରେ ସୁନାମୁଖି ମହୋତ୍ସବ ଅନୁଷ୍ଠିତ ହୋଇଥାଏ । ସେହିପରି ଏହି ବର୍ଷ ମଧ୍ୟ ସୋମବାର ଦିନ ଧୂମଧାମ୍‌ରେ ସୁନାମୁଖି ମହୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ବଲାଙ୍ଗିର ଜିଲ୍ଲା, ବୌଦ୍ଧ ଜିଲ୍ଲା, ଫୁଲବାଣୀ ଓ ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ଆସି ମାଁଙ୍କ ଦର୍ଶନ କରି ମାଙ୍କ କୃପା ଲାଭ କରନ୍ତି । ଏହି ଉତ୍ସବ ଅବସରରେ ନାନା ପ୍ରକାର ଦୋକାନ ବଜାର ଓ ମନୋରଞ୍ଜନ ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା, କିନ୍ତୁ ମନ୍ଦିର ପ୍ରାଙ୍ଗଣରେ ବିଦ୍ୟୁତ୍ ସଂଯୋଗ ନଥିବାରୁ ଦିନ ବେଳା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଥିବା କମିଟିର ସଦସ୍ୟମାନେ ଅଭିଯୋଗ କରିଛନ୍ତି ଓ ଏହି ଉତ୍ସବକୁ ସରକାରଙ୍କ କିଛି ଅନୁଦାନ ମିଳିଲେ ଆହୁରି ଭଳ ଭାବରେ କରିହେବ ବୋଲି ଆପତି କରିବା ସହିତ ସୁନାମୁଖି ପାହାଡକୁ ପର୍ୟ୍ୟଟନ ସ୍ଥଳୀ ମାନ୍ୟତା ଦାବି କରିଛନ୍ତି । ଏହି ଉତ୍ସବର ଉପସ୍ଥିତ ସଦସ୍ୟମାନେ ହେଲେ ସଭାପତି କୃଷ୍ଣ ବଗର୍ତ୍ତି, ସମ୍ପାଦକ ବିଶ୍ଵରଞ୍ଜନ ସାହୁ, କୋଷାଧ୍ୟକ୍ଷ ଅର୍ଯ୍ୟୁନ ଭୋଇ, କର୍ତ୍ତା ତ୍ରିଲୋଚନ ଗହିର ଓ ଲୋକନାଥ ବରିହା, ହିମାଦ୍ରି ଗହିର, ବୈକୁଣ୍ଠ ପଧାନ, ଧନୁ କଳସାଏ, ମୁକୁନ୍ଦ ମାଝୀ, ଗଣନାଥ ଭୋଇ, ଚୈଧୁରୀ ଭୋଇ, ଭିମସେନ ଧଙ୍ଗଡା ମାଝୀ, ସହଦେବ ପାଢୀ ଓ ଜଗବନ୍ଧୁ ଭୋଇ ଉପସ୍ଥିତ ଥିଲେ ।

Leave A Reply

Your email address will not be published.