csstore

ଅଷ୍ଟମ ମକର ମିଳନ ଉତ୍ସବ

  • ଲୋକକଳା, ଲୋକଗୀତକୁ ପୁନରୁଦ୍ଧାର କରିବା ପାଇଁ ଆହ୍ୱାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ ସରକାରୀ ବାଲିକା ଉଚ୍ଚ ବିଦ୍ୟାଳୟ ଠାରେ ବ୍ଳକର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଚଉଷଠି ଯୁଗନୀ ସାହିତ୍ୟ କଳା ପରିଷଦ ବଙ୍ଗୋମୁଣ୍ଡା ଆନୁକୂଲ୍ୟରେ ଅଷ୍ଟମ ମକର ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆରାଧ୍ୟ ଦେବୀ ମାଁ ଦ୍ୱାରସେନୀ, ସ୍ଵଭାବ କବି ଗଙ୍ଗାଧର ମେହେର ଏବଂ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା ଏବଂ ଦୀପ ପ୍ରଜ୍ଵଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଚଉଷଠି ଯୁଗନୀ ସାହିତ୍ୟ କଳା ପରିଷଦର ସମ୍ପାଦକ ତଥା ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଜେପି ନେତା ଥବିର ଚନ୍ଦ୍ର ବାଗ, ସମ୍ମାନିତ ଅତିଥି ଲୋକ ଶକ୍ତି ଅନୁଷ୍ଠାନର ନିର୍ଦେଶକ ଅଜିତ ପଧାନ, ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ କମିଟିର ସଭାପତି ତୁଳସୀରାମ ହଂସ ଯୋଗଦେଇଥିଲେ । ଚଉଷଠି ଯୁଗନୀ ସାହିତ୍ୟ କଳା ପରିଷଦର ସଭାପତି ଡ଼ଃ ନାରାୟଣ ମିଶ୍ର ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଂଚଳରେ ଲୁକି ଯାଉଥିବା ଲୋକକଳା, ଲୋକଗୀତ, ଲୋକନାଚ, ଲୋକ ସଙ୍ଗୀତକୁ ପୁନରୁଦ୍ଧାର ପାଇଁ ସମସ୍ତେ ଆଗେଇ ଆସିବାର ଆବଶ୍ୟକ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ସାମ୍ବାଦିକ ଅଶୋକ ନାରାୟଣ ଭୋଇ ସଭା ସଂଯୋଜନା କରିଥିଲେ । ବ୍ଲକ ସାମ୍ବାଦିକ ସଂଘ ସମ୍ପାଦକ ହୁଲେଶ୍ୱର ହଂସ ଧନ୍ୟବାଦ ଅର୍ପଣ କରିଥିଲେ । ସାମ୍ବାଦିକ ଦୀପକ କୁମାର ଦାସ ଯାଦବ, ସୁଶାନ୍ତ ବେହେରା, ରାଧେଶ୍ୟାମ ମେହେର, କୋଶଲି କବି ଭକ୍ତବନ୍ଧୁ ସାହୁ, ନେତ୍ରା ସା, ବିଘ୍ନ ରାଉତ, ରିଚୁ ପଣ୍ଡା ପ୍ରମୁଖଙ୍କ ସହ କମିଟି ସଦସ୍ୟ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.