ବାଲ ସୁଧାର ଗୃହରେ ହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ସ୍ଵାସ୍ଥ୍ୟ ପରୀକ୍ଷା

ରାଉରକେଲା, (ସସ୍ମିତା ପ୍ରଧାନ): ଦ ହ୍ୟୁମାନିଟି ଫାଉଣ୍ଡେସନ୍ ଦ୍ଵାରା ବାଲ ସୁଧାର ଗୃହରେ ଏକ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଵତନ୍ତ୍ର ଜେଲ୍ ସୁପରିଟେଣ୍ଡେଣ୍ଟ ଜୀବନ ସିଂ ମୁଣ୍ଡା ଓ ସମାଜସେବୀ ଅନିତା ଅଗ୍ରୱାଲ, ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ସ୍ଵାଧୀନ ମହାନ୍ତି, ବିଶ୍ୱରଂଜନ ଦାଶ ଯୋଗ ଦେଇଥିଲେ । ବାଲ ସୁଧାର ଗୃହର ୧୦୦ ଜଣ ପିଲା ଶିବିରକୁ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ରାଉରକେଲା ସରକାରୀ ହସ୍ପିଟାଲର ଡକ୍ଟର ପୂଜା ପତି ଓ ଡକ୍ଟର ସଂଗ୍ରାମ ସିଂ ସାମଲଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସ୍ଥିତି ଯାଞ୍ଚ କରାଯାଇଥିଲା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରୀ ପରାମର୍ଶ କରାଯାଇଥିଲା । ପିଲାମାନଙ୍କର ସୁବିଧା ଅସୁବିଧା ଉପରେ ଫାଉଣ୍ଡେସନର ଅଧ୍ୟକ୍ଷ ଦୀପ୍ତି ସୁନ୍ଦରାୟ ଏକ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକର୍ମରେ ଦ ହ୍ୟୁମାନିଟି ଫାଉଣ୍ଡେସନ୍‌ର ସଭାପତି ଦୀପ୍ତି ସୁନ୍ଦରାୟ, ଉପ ସଭାପତି କାର୍ତ୍ତିକ ରାଉତ, ଗ୍ରେସି ଡେଭିଡ, ସମ୍ପାଦିକା ଲିନା ତ୍ରିପାଠୀ, ସହ ସଂପାଦିକା ସୁଭଲକ୍ଷ୍ମୀ ପାତ୍ର, ଆଡଭାଇଜର୍ ବ୍ରିଜେଶ ନାୟାର, ଶଶୀଲତା କର, ଅନୁପମା ଆଚାର୍ଯ୍ୟ, ଅନିଲ ଆଚାର୍ଯ୍ୟ, ସସ୍ମିତା ପାତ୍ର, ଚିରଞ୍ଜୀବି ବୁଡୁକ, ଅଶ୍ଵିନୀ କିଶାନ ଓ ବିଜୟ ସୁନ୍ଦରାୟ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳତା ପୂର୍ବକ ସମ୍ପନ୍ନ କରିଥିଲେ । କାର୍ଯ୍ୟକର୍ମରେ ବାଲ ସୁଧାର ଗୃହର ସମସ୍ତ କର୍ମକର୍ତ୍ତା ମାନେ ବହୁ ସହଯୋଗ କରିଥିଲେ ।

Leave A Reply

Your email address will not be published.