ଭୁବନେଶ୍ୱରର ସାଲିଆସାହିରୁ ୫ଶହ ଲିଟର ମଦ ଜବତ,୧୩ ଗିରଫ

ଭୁବନେଶ୍ୱର : ଭୁବନେଶ୍ୱର ସାଲିଆସାହିରୁ ପ୍ରାୟ ୫ଶହ ଲିଟର ଦେଶୀ ମଦ ଜବତ କରି ୧୩ ଜଣଙ୍କୁ ଗିରଫ କରିଛି ପୋଲିସ । ଖବର ଅନୁଯାୟୀ, ଭୁବନେଶ୍ୱର ସାଲିଆସାହି ବସ୍ତିରେ ଚୋରା ମଦ କାରବାର ଚାଲିଥିବା ନେଇ ପୋଲିସ ବିଭାଗକୁ ଖବର ମିଳିଥିଲା । ଏହାପରେ ପୋଲିସ୍‌ ବିଭାଗ ସାଲିଆସାହିରେ ଚଢାଉ କରିଥିଲା । ଏହି ଚଢାଉରେ ପୋଲସକୁ ୫ଶହ ଲିଟର ଦେଶୀ ମଦ ଏବଂ ପୋଚ ମିଳିଛି । ଚୋରା ମଦ କାରବାରରେ ସଂପୃକ୍ତି ଥିବା ୧୩ଜଣଙ୍କୁ ଗିରଫକରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.