csstore

ପଦ୍ମାଳୟା ସାଂସ୍କୃତିକ ଅନୁଷ୍ଠାନର ପ୍ରଥମ ଅର୍ଘ୍ୟ କିଛି ସ୍ମୃତି କିଛି ସଂଗୀତ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସଂଗୀତ ଅନୁଷ୍ଠାନ ପଦ୍ମାଳୟା ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରଥମ ଅର୍ଘ୍ୟ କିଛି ସ୍ମୃତି କିଛି ସଂଗୀତ କାର୍ଯ୍ୟକ୍ରମ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ନିଶିପଦ୍ମା ନନ୍ଦଙ୍କ ଆବାହକତ୍ଵ ଓ ଉପଦେଷ୍ଟା ଜଗନ୍ନାଥ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରଜ୍ଞା ପରିମିତା ଦାଶ, ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, କବୟିତ୍ରୀ ସସ୍ମିତା ପ୍ରଧାନ ଓ ଉଦ୍‌ଘାଟକ ଭାବେ ଉର୍ମିଳା ରାଉତ ଯୋଗ ଦେଇଥିଲେ । ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ଓ ପ୍ରେରଣାଦାୟୀ ହେବ ବୋଲି ମତ ରଖିଥିଲେ । ଏହି ଅବସରରେ ନିଶିପଦ୍ମା ନନ୍ଦ, ମୀନତି ତ୍ରିପାଠୀ, ଲୀନା ସେନାପତି, ପ୍ରାଞ୍ଜଳୀ ନାଗ, ମମତା ବାରିକ, ନିରୁପମା ନାୟକ, ବିଷ୍ଣୁପ୍ରିୟା ଦାସ, ମଞ୍ଜୁଲତା ମୋହିନୀ, ଶର୍ମିଲା ରାଜଗୁରୁ, ବନୋଜ ସାହୁ, ଭାଗ୍ୟଶ୍ରୀ ପଣ୍ଡା, ଶ୍ରୀମା, ସଞ୍ଜୀବ ସିଂ, ବନୋଜ କୁମାର ଦାସ, ରାଜେନ୍ଦ୍ର ଅଗ୍ରୱାଲ ପ୍ରମୁଖ ସଂଗୀତ ପରିବେଷଣ କରିଥିବା ବେଳେ ବଟକୃଷ୍ଣ ସାହୁ, ଭାଗ୍ୟଶ୍ରୀ ପଣ୍ଡା ସାକ୍ସୋଫୋନ, ବିମଳ ପଟ୍ଟନାୟକ ବଂଶୀ ବାଦନ, ବେଣୁଧର ଦାସ ଓ କୁଞ୍ଜବିହାରୀ ରାଉତ କବିତା ପାଠ କରିଥିଲେ । ପ୍ରାରମ୍ଭରେ ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ ଶ୍ଳୋକ ପାଠ କରିଥିଲା ବେଳେ ଶେଷରେ ସଂଯୋଜକ ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.