oom

ସାଲେପଡା ବିଦ୍ୟାଳୟରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

jsmm

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା ଆଞ୍ଚଳିକ କେନ୍ଦ୍ର ଅଧିନସ୍ଥ ସାଲେପଡା ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ହୋଇଯାଇଛି । ଏହି ଉତ୍ସବରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଖେଳ ଯଥା ବେଙ୍ଗ ଡିଆଁ, ରଶି ଡିଆଁ, ବଲ ଫିଙ୍ଗା, ଦୌଡ଼ରେ ଅଂଶ ଗ୍ରହଣ କରିଥିଲେ । କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ପାଇଁ ଏକ ସଭା ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈଷ୍ଣବ ବେହେରା ସଭାପତିତ୍ୱ କରିଥିବା ବେଳେ ଅତିରିକ୍ତ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି, ମୁଖ୍ୟ ଅତିଥି, ତୁରେକେଲା ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ, ମୁଖ୍ୟ ବକ୍ତା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୂର୍ଯ୍ୟକାନ୍ତ ରଣା, ମାନ୍ଦଲା ସିଆରସିସି ଧନସିଂ ମାଝୀ ସମ୍ମାନିତ ଅତିଥିଭାବରେ ଯୋଗଦେଇଥିଲେ । କ୍ରୀଡ଼ା ସମସ୍ତଙ୍କୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ବୋଲି ଅତିଥି ବୃନ୍ଦ ମତ ଦେଇଥିଲେ । ତା’ପରେ କୃତି ଖେଳାଳିମାନଙ୍କୁ ପ୍ରମାଣ ପତ୍ର ଓ ପଦକ ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷକ କୃଷ୍ଣଚନ୍ଦ୍ର ରଣା, ସୁରେଶ ଭୋଇ, ତାରା ପ୍ରଧାନ, ସୀମା ଭୋଇ, ସଭାପତି ରାଜେନ୍ଦ୍ର ସିପକା, ଈଶ୍ୱର ମାହାର, ରୁଦ୍ରଧର ହେର୍ଣା ସମେତ କମିଟି ଓ ଗ୍ରାମବାସୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.