csstore

ମିର୍ଦ୍ଧାପାଲି ଖଲା ଥି ବି ବଡା ଜାକଜମକ୍ ଆର୍ ଧୁମଧାମରେ ଶୁଲିଆ ଯାତ୍ରା

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର୍ ପ୍ରସିଦ୍ଧ ଶୁଲିଆ ଯାତ୍ରା ବଲାଂଗିରର୍ ଭିନେ ଭିନେ ଠାନେ ଶୁଲିଆ ଯାତ୍ରାର୍ ଜମକ୍ ଦେଖବାକେ ମିଲସି। ଖଇରଗୁଡା ବଡଖଲା ନେ ଲାଖ୍ ଲାଖ୍ ଲୁକର୍ ଭିଡ୍ ଦେଖବାକେ ମିଲୁଥିବାର୍ ବେଲକେ ବାକି ଠାନେ ବି ଲୁକର୍ ଖଚାଖଚ୍ ଭିଡ୍ ଦେଖବାକେ ମିଲସି। ଆଏଜ୍ ବଲାଙ୍ଗିର୍ ପାଖର୍ ମିର୍ଦ୍ଧାପାଲି ଖଲା ଥି ବି ବଡା ଜାକଜମକ୍ ଆର୍ ଧୁମଧାମରେ ଯାତ୍ରା ଚାଲିଛେ । ଶହ ଶହ ପଟ୍ କୁକରା, ଛେଲ୍, ପୁଡ୍ ବଲି ପଡିଛେ । ଲାଲେ ଲାଲ୍ ହେଇଛେ ଖଲା । ହାରି ଗୁହାରି ବାଲେ ବଂଧିଆଁ କରି ତାକର୍ ମନକାମନା ପୁରା କରିଥିଲେ । ଭକତ୍ ମାନେ ଦେବତାର୍ ନୁ ଫୁକେଇ ଝରେଇ ହେଇକରି ଯାଉଥିଲେ । ହଜାର୍ ହଜାର୍ ଲୁକର୍ ଭିଡ୍ ଭିତରେ ଯାତ୍ରା ଜମକି ଉଠୁଥିଲା । ବଜାଗଜା ଥି ଗରଜି ଯାଉଥିଲା ଦେବତା କୁଠି ବଜାର୍ ପାରେ ନାଚି ଉଠୁଥିଲେ ଦେବତାମାନେ । ଶୁଲିଆ ବୁଢାର୍ ଦର୍ଶନ କରି ଆଶିର୍ବାଦ ନେଇ ନିଜର୍ ନିଜର୍ ଘରକେ ଫିରୁଥିଲେ ଭକତ୍ । କହୁଥିଲେ ଫେର୍ ଜିଁ ଜାଗିଥିଲେ ଆର ବଛରେ ।

jayashree
Leave A Reply

Your email address will not be published.