ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା ଜଣେ ନାବାଳିକା ଦିବ୍ୟାଙ୍ଗଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଟିଟିଲାଗଡ଼ ଆହାର କେନ୍ଦ୍ରର ଜଣେ କର୍ମଚାରୀ ଦୁଷ୍କର୍ମ କରିଥିବା ଅଭିଯୋଗରେ କୁହାଯାଇଛି । ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଅଫିସରେ ଅଭିଯୋଗ ଦାଖଲ କରାଯାଇଛି । ଚାଇଲ୍ଡ ଲାଇନ୍ ଅଧିକାରୀଙ୍କ ପାଖରେ ମଧ୍ୟ ଅଭିଯୋଗ ଦାଖଲ ଖୋଇଥିବ ସୂଚନା ରହିଛି । ଅଭିଯୋଗ ପରେ ଏସଡ଼ିପିଓ ତଦନ୍ତ ଆରମ୍ଭ କରିଛନ୍ତି । ଟିଟିଲାଗଡ଼ ଆହାର କେନ୍ଦ୍ରର କର୍ମଚାରୀଙ୍କ ନାମରେ ଆସିଲା ସାଙ୍ଘାତିକ ଅଭିଯୋଗ । ମାନବିକତାର ସୀମା ଡେଇଁଛି । କାମ ବାସନା ଆଗରେ ବଳି ପଡିଲା ମାନବିକତା । ଦେହ ଭୋକ ମେଣ୍ଟାଇବାକୁ ଯାଇ କାମାନ୍ଧ ଛାଡ଼ିଲାନି ଜଣେ ନିରୀହା ଦିବ୍ୟାଙ୍ଗ ନାବାଳିକାକୁ । ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆଜି ଟିଟିଲାଗଡ଼ରେ ଚର୍ଚ୍ଚାର ବିଷୟ ସାଜିଛି l ପୀଡିତାର ମା ଓ ବଡ଼ ଭଉଣୀ ନିଜ ଦିବ୍ୟାଙ୍ଗ ପୁଅର ଚିକିତ୍ସା ପାଇଁ ଟିଟିଲାଗଡ଼ ଡାକ୍ତରଖାନାକୁ ଆସିଥିଲେ । ଏହି ସମୟରେ ଡାକ୍ତରଖାନା ସମ୍ମୁଖରେ ରହିଥିବା ଆହାର କେନ୍ଦ୍ରର ଜଣେ ଯୁବକ ଖାଇବା ନେଇଦେବା ସହ ରାତ୍ରିରେ ଦିବ୍ୟାଙ୍ଗ ନାବାଳିକାକୁ ଟେକି ନେଇ ଏକ ପାଇଖାନା ଭିତରେ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି l ବର୍ତ୍ତମାନ ନାବାଳିକା ଗର୍ଭବତୀ ଥିବା ଡାକ୍ତରୀ ରିପୋର୍ଟ ନାବାଳିକାର ମା ଦେଖାଉଛନ୍ତି ।
ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ପାଖକୁ ଆସିଥିଲେ ପରିବାର ଲୋକେ । ହେଲେ ଉପଜିଲ୍ଲାପାଳଙ୍କୁ ଦେଖା ନକରି ପାଇବାରୁ ପରିବାର ଲୋକେ ତାଙ୍କ ଅଫିସରେ ଲିଖିତ ଅଭିଯୋଗ କରିଛନ୍ତି । ଏମିତିକି ଏନେଇ ଏକ ଅଭିଯୋଗ ଚାଇଲ୍ଡ ଲାଇନ ଠାରେ ମଧ୍ୟ ଅଭିଯୋଗ କରିବା ସହ ଟିଟିଲାଗଡ଼ ଥାନାରେ ବି ଅଭିଯୋଗ କରିଥିବା କହିଛନ୍ତି । ଚାଇଲ୍ଡ ଲାଇନର ସଦସ୍ୟ ଶିବାନନ୍ଦ ବେହେରା ସୂଚନା ପାଇ ନାବାଳିକାକୁ ଉଦ୍ଧାର କରିଥିଲେ । ଏହି ଘଟଣାରେ ଅଭିଯୁକ୍ତ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ପରିବାର ଲୋକେ l ମୁରିବାହାଲ ବ୍ଲକ ହଳଦୀ ପଂଚାୟତ ଯୋଗୀସୁରଦା ଗାଁର ଏହି ଅସହାୟ ପରିବାର ଏବେ ନ୍ୟାୟ ଅପେକ୍ଷାରେ । ଅଭିଯୋଗ ପାଇବା ପରେ ଘଟଣାକୁ ନେଇ ଟିଟିଲାଗଡ଼ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି।

Leave A Reply

Your email address will not be published.