ଭାଗବତ ଗୀତା ପାଠରେ ଶାଶ୍ବତୀଙ୍କ କୃତିତ୍ୱ

ଲୋଇସିଂହା, (କେପିଏନ୍‌ଏସ୍‌) : ଗୁଜୁରାଟ ସ୍ଥିତ ସୁରଟର ଜୟ ଜଗନ୍ନାଥ ଏଜୁକେଶନ ଟ୍ରଷ୍ଟ ପକ୍ଷରୁ ଗୀତା ପ୍ରଚାର ମଣ୍ଡଳୀ ଆନୁକୂଲ୍ୟରେ ରାଷ୍ଟ୍ରୀୟ ସ୍ତରରେ ଅନଲାଇନ ମାଧ୍ୟମରେ ଶ୍ରୀମଦ ଭାଗବତ ଗୀତା କଣ୍ଠ ପାଠ ସ୍ପର୍ଦ୍ଧା ଆୟୋଜିତ ହୋଇଥିଲା । ଏଥିରେ ଜାତୀୟ ସ୍ତରରେ ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ତୃତୀୟ ଶ୍ରେଣୀର ଛାତ୍ରୀ ଶାଶ୍ବତୀ ପଧାନ ଦ୍ଵିତୀୟ ସ୍ଥାନ ଅଧିକାର କରି ଅଂଚଳ ପାଇଁ ଗୌରବ ଆଣି ଦେଇଛନ୍ତି । ସେ କନ୍ଦାଜୁରୀ ନିବାସୀ ମକୁନ୍ଦ ମୁରାରୀ ପଧାନ ଓ ସଂଜୁ ପଧାନଙ୍କ ଝିଅ ଅଟନ୍ତି । ଶାଶ୍ବତୀଙ୍କ ଏହି ବିରଳ ସଫଳତାରେ ସେ ପଢ଼ୁଥିବା ଅନୁଷ୍ଠାନ ସମେତ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି ।

Leave A Reply

Your email address will not be published.