csstore

ଶିକେର ପାଟ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

ଗୁଡଭେଲା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ଖଡଙ୍ଗା ଅଞ୍ଚଳର ଭାଷା, ସାହିତ୍ୟ, ଲୋକକଳା, ସଂସ୍କୃତି, ପ୍ରତିଭା, ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁଁ ଘୁନା ବିଜୁ ପଟ୍ଟନାୟକ ଖେଳପଡିଆ ଠାରେ ଚାଲିଥିବା ଦ୍ୱିତୀୟ ଶିକେରପାଟ ମହୋତ୍ସବର ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥିଭାବେ ଗୁଡଭେଲା ବ୍ଲକ ଅଧ୍ୟକ୍ଷା ବେବୀ ଦୋରା ଯୋଗଦେଇ ଥିବାବେଳେ ମୁଖ୍ୟବକ୍ତା ଭାବେ ଡ.ସୁଧାଂଶୁ ପଟ୍ଟନାୟକ, ବ୍ଲକ ଉପାଧ୍ୟକ୍ଷ ଟୁକୁରାମ ପାଣିଗ୍ରାହୀ, ଘୁନା ସରପଞ୍ଚ କବିତା ମହାନନ୍ଦ, ସମିତି ସଭ୍ୟା ହରିପ୍ରିୟା ରଣା, ମହୋତ୍ସବ କମିଟି ସଭାପତି ରୋହିତ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଞ୍ଚାସୀନ ଥିଲେ । ଖଡଙ୍ଗା ଅଞ୍ଚଳ ତଥା ଶିକେରପାଟଙ୍କ ଡୁଡୁମ ଶିଖରର ପୁରାତନ ଗାଥା ନିଜ ବକ୍ତବ୍ୟ ମାଧ୍ୟମରେ ଲୋକଙ୍କୁ ବୁଝାଇବା ସହ କଳା ସଂସ୍କୃତି ପୁନର୍ଜାଗରଣ ହେଇଛି ବୋଲି ବକ୍ତା ଶ୍ରୀ ପଟ୍ଟନାୟକ କହିଥିଲେ । ଭାଗବତ ନାହକ ସ୍ୱାଗତ ଭାଷଣ ଦେବା ସହ ମଞ୍ଚ ପରିଚାଳନା କରିଥିଲେ । ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗରେ ରୁଣୁଝୁଣୁ କଳା ପରିଷଦ ବଲାଙ୍ଗିର, ଜୟ ମାଁ ଦୁର୍ଗା ଡେନ୍ସ ଗ୍ରୁପ ଜଗତସିଂହପୁର, ଖୋର୍ଦ୍ଧାର ନିର୍ଝର ସାଂସ୍କୃତିକ ଏକାଡେମୀ, ଶ୍ରୀ ନାଟ୍ୟ କଳା ସଂସଦ ପଥର୍ଲା ବଲାଙ୍ଗିର କନ୍ୟାକୁମାରୀ ରାମଜୀ କଳା ପରିଷଦ ଦେଓଗାଁ ନିଜ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ । ତେବେ ପ୍ରଚଣ୍ଡ ଶୀତ ହେଉଥିବା ସତ୍ୱେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା ।

jayashree
Leave A Reply

Your email address will not be published.