ମୁରିବାହାଲ ବ୍ଲକର ବିଭିନ୍ନ ପଞ୍ଚାୟତର ଚାଷୀମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁରିବାହାଲ, (କେପିଏନ୍‌ଏସ୍‌) : ଆଜି ମୁରିବାହାଲ ବ୍ଲକର ବିଭିନ୍ନ ପଞ୍ଚାୟତର ଚାଷୀମାନଙ୍କୁ ନେଇ ଚଲକି ଛକର ବଜାର ପ୍ରା‌ଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଭାରତୀୟ କିଶାନ ସଂଘ ବଲାଙ୍ଗୀର ଜିଲ୍ଲା କମିଟି ସଦସ୍ୟ ମୋହନ ନାଏକ ଉପସ୍ଥିତ ରହି ଭାରତୀୟ କିଶାନ ସଂଘ ବିଷୟରେ ଚାଷୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ। ସମସ୍ତ ଚାଷୀମାନଙ୍କ ମତାମତ ନେଇ ଆଗାମୀ ଦିନରେ ଚାଷୀମାନେ କିପରି ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ଠିକ୍ ଭାବରେ ପାଇ ପାରିବେ ଏବଂ କିପରି ଚାଷର ଆୟ ଦିଗୁଣ ହୋଇ ପାରିବ ପ୍ରଶାସନିକ ଅଧିକାରୀ ମାନେ ଚାଷୀମାନଙ୍କ ଦୁର୍ବଳତା ଦେଖି ଶୋଷଣ କରୁଛନ୍ତି । ଆଗାମୀ ଦିନରେ ସେମାନଙ୍କୁ ଉଚିତ ଶିକ୍ଷା ଦିଆଯିବ । ପରିଶେଷରେ ସମସ୍ତ ଚାଷୀମାନଙ୍କ ମତାମତ ନେଇ ଆସନ୍ତା ତା-୨୫/୧/୨୦୨୧ଦିନ ମୁରିବାହାଲ ବ୍ଲକ୍‌ର ଚାଷୀମାନ‌ଙ୍କର ବିଭିନ୍ନ ସମସ୍ୟାକୁ ନେଇ ବଲାଙ୍ଗୀର ଜିଲ୍ଲାପାଳ‌ଙ୍କ ମୁରିବାହାଲ ତହସିଲଦାର ଜରିଆରେ ଏକ ଦାବୀପତ୍ର ଦେବାର କାର୍ୟ୍ୟକ୍ରମ କରାଯାଉଛି । ଉକ୍ତ ବୈଠକରେ ଚାଷୀ ବିଘ୍ନ ରାଜ ବୁଡେକ, ଧାରଣୀଧର ମେହେର, ରୁଦ୍ର ମନହୀରା, ହୃଷିକେଶ ବୁଡେକ, ଭାଗିରଥି ଯୁଆର, ଡମ୍ବର ବାଗ, ରବିନ୍ଦ୍ର ଠାକୁର, ରାମଗୋପାଳ ବଗର୍ତ୍ତୀ, ହୃଦାନନ୍ଦ ବାଗ, ଆଶିଷ କୁମାର ବଗର୍ତ୍ତୀ ଓ ଇନ୍ଦ୍ରମଣି ବନଛୋର ପ୍ରମୁଖ ଚାଷୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.