ଆଜିଠୁ ଖୋଲିଲା ଘଟଗାଁର ମା’ ତାରିଣୀ ମନ୍ଦିର

କେନ୍ଦୁଝର, (କେପିଏନ୍‌ଏସ୍‌) : ଆଜିଠୁ ଖୋଲିଲା ଘଟଗାଁର ମା’ ତାରିଣୀ ମନ୍ଦିର । କୋଭିଡ କଟକଣା ସହ ମାଆଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ନୂଆ ନିୟମ ଜାରି କରାଯାଇଛି । ଭକ୍ତମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିବାବେଳେ ସାନିଟାଇଜ ସହ ମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି । ଏକାଥରେ ୨୫ରୁ ୩୦ ଜଣ ଭକ୍ତଙ୍କୁ ହିଁ ଦର୍ଶନ ସୁବିଧା ମିଳିବ । ମନ୍ଦିର ଭିତରକୁ ଭୋଗ, ଧୂପ, ଦୀପ ଓ ପୁଷ୍ପ ଆଦି ବାରଣ କରାଯାଇଛି । ତେବେ ସକାଳ ୮ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ଏବଂ ଅପରାହ୍ନ ୪ଟାରୁ ସଂଧ୍ୟା ସାଢ଼େ ୬ଟା ମଧ୍ୟରେ ସାଧାରଣ ଲୋକେ ମାଆଙ୍କୁ ଦର୍ଶନ କରିପାରିବେ । ୩ ନମ୍ବର ଗେଟ ଦେଇ ଶ୍ରଦ୍ଧାଳୁମାନେ ମନ୍ଦିରକୁ ପ୍ରବେଶ କରିବେ, ଏବଂ ଦର୍ଶନ ପରେ ୪ ନମ୍ବର ଗେଟ ଦେଇ ବାହାରକୁ ବାହାରିବେ ।

Leave A Reply

Your email address will not be published.