csstore

ରାଜେନ୍ଦ୍ର ମାଝୀ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା

  • ନୂନପୁର ଦଳ ସେମିଫାଇନାଲକୁ ପ୍ରବେଶ

ମ. ରାମପୁର (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ, ମଦନପୁର ଗ୍ରାମ ପଞ୍ଚାୟତ ବଡ଼ ପିଟାମାଲ ଠାରେ ଚାଲିଥିବା ରାଜେନ୍ଦ୍ର ମାଝୀ ସ୍ମାରକୀ କ୍ରିକେଟ ମ୍ୟାଚ୍‌ର ଶନିବାର ଦିନ ୩ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ମ୍ୟାଚ ନୂନପୁର ଦଳ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଓଭର୍‌ରେ ୧୧୫ ରନ କରି ଥିବା ବେଳେ ଡଙ୍ଗାବାହାଲ ଦଳ ୯୪ ରନ କରିଥିଲେ । ଫଳରେ ନୁନପୁର ଦଳ ବିଜୟୀ ହୋଇଥିଲେ । ଦ୍ୱିତୀୟ ମ୍ୟାଚ୍‌ରେ ମଦନପୁର ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୧୦୬ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷରେ ଡମ୍ବକର୍ଲ୍ଲାଖୁଣ୍ଟା ଦଳ ସମସ୍ତ ରନ କରିଥିଲେ କରି ବିଜୟୀ ହୋଇଥିଲେ । ତୃତୀୟ ମ୍ୟାଚ୍‌ରେ ଉଭୟ ବିଜୟୀ ଦଳ ମଧ୍ୟରେ ହୋଇଥିବା ବେଳେ ପ୍ରଥମେ ନୁନପୁର ଦଳ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ଓଭର୍‌ରେ ୧୦୩ ରନ କରିଥିବା ବେଳେ ଡମ୍ବକର୍ଲ୍ଲାଖୁଣ୍ଟ ଦଳ ୭୯ ରନ କରିଥିଲେ ଫଳରେ ନୂନପୁର ବିଜୟ କରି ସେମିଫାଇନାଲକୁ ପ୍ରବେଶ କରିଛି । ଆଜିର ମ୍ୟାଚ୍‌ରେ ଆୟୋଜକ ଦଳର ଅଟଳ, କାଂହ୍ନା, ବିଜୟ, ହେମନ୍ତ, ସୁମନ୍ତ, ମନୋଜ, ସୁକାନ୍ତ, ଜିତେନ୍ଦ୍ର, ଲବ, ବିକାଶ, ବେଣୁଧର ପ୍ରମୁଖ ସହାର୍ଯ୍ୟ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.